
କେନ୍ଦୁଝର, 5 ନଭେମ୍ବର (ହି.ସ.) ରାଜ୍ୟ ସ୍ବଚ୍ଛବାୟୁ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାର ୩ଟି ସହର ସାମିଲ କରାଯାଇ ଏହି ଯୋଜନାରେ ରାଜ୍ୟର ୧୨ ଟି ସହରକୁ ସାମିଲ କରାଯାଇଛି। କେନ୍ଦୁଝର ଜିଲ୍ଲାର କେନ୍ଦୁଝର ସହର, ଯୋଡା, ବଡବିଲ ସମେତ ବ୍ରହ୍ମପୁର, ପାରାଦ୍ବୀପ, ବଣାଇ, ବ୍ରଜରାଜନଗର, ଝାରସୁଗୁଡା, ପୁରୀ,ରାଜଗାଙ୍ଗପୁର, ସମ୍ବଲପୁର ଆଦି ସହର ଗୁଡିକ ସାମିଲ କରାଯାଇଛି । ଏହି ସହରମାନକ ବାୟୁର ପ୍ରଦୂଷଣ ମାତ୍ରା ଅଧୂକ ରହୁଥିବାରୁ ସ୍ବଚ୍ଛବାୟୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଏହି ଯୋଜନା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଏଥୂପାଇଁ ୨୦୨୫-୨୬ ଆର୍ଥକ ବର୍ଷରୁ ପ୍ରତିବର୍ଷ ପର୍ଯ୍ୟାୟକ୍ରମେ ଏହି ସହରଗୁଡିକ ପାଇଁ ମୋଟ ୧୫୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି କାର୍ଯ୍ୟକ୍ରମ ଜରିଆରେ ବାୟୁ ଗୁଣବତ୍ତା ମନିଟରିଂ କରାଯାଇ ବାୟୁ ପ୍ରଦୂଷଣ ମାତ୍ରା ୪୦ପ୍ରତିଶତ କମାଇବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଆଗାମୀ ୫ବର୍ଷ ମଧ୍ୟରେ ପିଏମ ୧୦ ଏବଂ ପିଏମ ୨.୫ କୁ ୪୦ ପ୍ରତିଶତ ହ୍ରାସ କରିବା। ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା କାର୍ଯ୍ୟକାରୀ କରାଯିବ। ନଗର ଉନ୍ନୟନ ବିଭାଗର ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। କେନ୍ଦୁଝର ଜିଲ୍ଲାର ଏହି ୩ଟି ସହରରେ ପିଏମ୍-୧୦ ଏବଂ ପିଏମ ୨.୫ ର ସାନ୍ଦ୍ରତା ଅଧୂକ ରହୁଥିବାରୁ ରୁ ସ୍ବାସ୍ଥ୍ୟ ପାଇଁ ପାଇଁ ହାନୀକାରକ । ପ୍ରଦୂଷିତ ବାୟୁର ଦୀର୍ଘକାଳୀନ ପ୍ରଭାବ ରହିଛି। ଏହା ଦୃଦ୍ଘାତ, ଶ୍ବାସ ରୋଗ, କର୍କଟ ରୋଗ, ଡିମେନସିଆ, ପାର୍କିନସନସ ଭଳି ରୋଗର କାରଣ ବୋଲି ଡାକୁରମାନେ କହିଛନ୍ତି। ବାୟୁମଣ୍ଡଳ ପ୍ରଦୂଷିତ ହେଲେ ଶ୍ବାସରୋଗୀ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରନ୍ତି। ଏହି ଯୋଜନା ସଫଳ ହେଲେ ଏହି ୩ ସହରରେ ବସବାସ କରୁଥିବା ଲୋକମାନେ ସ୍ବଚ୍ଛ ବାୟୁ ପାଇପାରିବେ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ ଅଧୂକାରୀ ଇଂ ପ୍ରଶାନ୍ତ କର ପ୍ରକାଶ କରିଛନ୍ତି। ଏହି ଯୋଜନାରେ ସହରସୁରୀୟ କାର୍ଯ୍ୟ ଯୋଜନାର ବିକାଶ କରିବା, ରାସ୍ତା ପରିଷ୍କାର ପାଇଁ ଯନ୍ତ୍ର ବ୍ୟବହାର କରିବା ଏବଂ ଏବଂ ନୂତନ ରାସ୍ତା ନିର୍ମାଣ କରିବା, ମନିଟରିଂ ଭିତ୍ତିଭୂମିକୁ ସୁଦୃଢ କରିବା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସହର ମଧ୍ୟରେ શ્રૃદ્ધ ଥିବା ଡସିଂୟାର୍ଡ ହଟାଇବା, ସହର ଭିତରେ ବ୍ୟାପକ ବୃକ୍ଷରୋପଣ,ପଲିନ ବ୍ୟବହାର ରୋକିବା, ମାଟି କପର ବହୁଳ ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ପୋଡିବା ରୋକିବା ଓ ଶିଳ୍ପ ନିର୍ଗମନ ହ୍ରାସ କରିବା ରାଜ୍ୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୂନରେ ପ୍ରମୁଖ କାର୍ଯ୍ୟକଳାପ ମଧ୍ଯରେ ଅନ୍ତର୍ଭୁକ୍ତ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA