
ଜୟପୁର, 5 ନଭେମ୍ବର (ହି.ସ.)ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନ । ଏହି ଅବସରରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୌବ ପୀଠ ଗୁପ୍ତେଶ୍ୱର ଠାରେ ଡଙ୍ଗା ଭସାଇବା ପାଇଁ ନଦୀ ଘାଟରେ ଭିଡ ଜମିଥିଲା। ସୋଲ, କଦଳୀ ପଟୁଆ ଓ ରଙ୍ଗ ବେରଙ୍ଗ କାଗଜରେ ତିଆରି ଡଙ୍ଗା ଭସାଇଛନ୍ତି । ଡଙ୍ଗାରେ ଦୀପ, ପାନ, ଗୁଆ ରଖି ଫୁଲରେ ସଜାଇ ଭସାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ନଦୀ ଘାଟରେ ପୋଲିସ ଓ ଅଗ୍ନିଶମ ବାହିନୀ ମୁତୟନ କରାଯାଇଥିଲା । ଅଭିଶାଳିମାନେ ଗୁପ୍ତେଶ୍ୱର ଦର୍ଶନକରି ଆଜି କାର୍ତ୍ତିକ ବ୍ରତର ଉଦ୍ଯାପନ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ଭଡା ଲାଗିରହିଥିଲା l ସେହିପରି ବ୍ଲକର ବିଭିନ୍ନ ସ୍ଥାନରେ ଏବଂ ବୈପାରୀଗୁଡା ସହରର ପଶ୍ବିମେଶ୍ୱର ମନ୍ଦିର ପୋଖରୀ, ଗୌଡ଼ସାହି ପୋଖରୀ, କାଠମିଲସାହି ପୋଖରୀରେ ବାଇତ ବନ୍ଧଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିସହ ସହରର ସମସ୍ତ ମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ ଲାଗିରହିଥିଲା l ମଇନାପୋଡା ଶିବ ମନ୍ଦିରରେ ସାମହିକ ଭୋଜନ ବ୍ୟବସ୍ଥା କରାଯଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି