କାର୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ପାଂଚ ଦିନ ପଂଚୁକ ପାଳନ ପରେ ଶେଷ ଦିନ। ଏହି ଦିନ ପୁଣି ଆମର ପ୍ରାଚୀନ ନୌ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଡଙ୍ଗା ଭସା ପର୍ବ। ତେଣୁ ଜିଲ୍ଲା ସାରା ସକାଳୁ ଭକ୍ତି ଶ୍ରଦ୍ଧାଳୁମାନେ ଚଳଚଂଚଳ ହୋଇ ଉଠିଥିଲେ। ସକାଳୁ ଉଠି କଦଳୀ ପା
କାର୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼


କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ପାଂଚ ଦିନ ପଂଚୁକ ପାଳନ ପରେ ଶେଷ ଦିନ। ଏହି ଦିନ ପୁଣି ଆମର ପ୍ରାଚୀନ ନୌ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଡଙ୍ଗା ଭସା ପର୍ବ। ତେଣୁ ଜିଲ୍ଲା ସାରା ସକାଳୁ ଭକ୍ତି ଶ୍ରଦ୍ଧାଳୁମାନେ ଚଳଚଂଚଳ ହୋଇ ଉଠିଥିଲେ। ସକାଳୁ ଉଠି କଦଳୀ ପାଟୁଆ ସୋଲ ଡଙ୍ଗା ଧରି ପାଖ ପୁଷ୍କରଣୀ ନଦୀରେ ଭସାଇ ବୁଡ଼ ଦେଇ ଦେବାଳୟରେ ଦିଅଁ ଦର୍ଶନ କରିଥିଲେ। ତେଣୁ କେନ୍ଦୁଝରର ରାଷ୍ଟ୍ର ଦେବତା ପୁରୁଣା ସହରର ଶ୍ରୀ ବଳଦେବ ଜୀଉ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଅଗଣିତ ଭକ୍ତ ସକାଳ ଅନ୍ଧାରରୁ ଆସି ଭୋଗ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରି କୃପା ଆର୍ଶୀବାଦ ଲାଭ କରିଥିଲେ। ଧାଡ଼ିରେ ଶାନ୍ତି ଶୃଙ୍ଖଳା ସହ ସମସ୍ତେ ଦର୍ଶନ କରିଥିଲେ ମନ୍ଦିର ବାହାରେ ସୁରକ୍ଷା କାରଣରୁ ଦୀପ ଜଳାଇବା ବ୍ୟବସ୍ଥା କରାଯାଇଥିଲା। ଭିତରେ ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଆଦି ସବୁ ମନ୍ଦିରରେ ଭକ୍ତ ଗହଳି କରିଥିଲେ। ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଥିଲା ତେଣୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ଲାଗି ଅସୁବିଧା ହୋଇ ନଥୁଲା ଭକ୍ତଙ୍କ ପ୍ରସ୍ଥାନ ଲାଗି ମୁଖ୍ୟ ସିଂହ ଦ୍ୱାର ବାଦ ଅନ୍ୟ ଦ୍ୱାର ମଧ୍‌ଯ ଖୋଲା ଯାଇଥିଲା। ପୋଲିସ ବାହିନୀ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ବଡଦାଣ୍ଡରେ ଗାଡ଼ି ପାକିଂ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଭିତରେ ଦିଅଁ ମାନଙ୍କ ପୂଜା ପାଠ ନୀତିକାନ୍ତି ଭୋଗ ସୂଚାରୁ ରୂପେ ସମ୍ପନ୍ନ ହୋଇଥିବା ଜଣାଯାଇଛି। ବାହାରେ ସିଂହ ଦ୍ୱାର ସାମନାରେ କାର୍ତିକ ପୂର୍ଣ୍ଣିମା ଭଜନ ସମାରୋହ କମିଟି ଦ୍ୱାରା ସୁର ନିକେତନ କଳାକାରଙ୍କୁ ନେଇ ଭଜନ ସମାରୋହ ହୋଇଥିଲା। ସେହିପରି ମନ୍ଦିର ପରିସରରେ ଜ୍ଞାନ ମଣ୍ଡଳ ପକ୍ଷରୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଦେବ ଓ ମାଆ ସୁଭଦ୍ରାଙ୍କ ଉପରେ ଚିତ୍ର କଳା ପ୍ରଦର୍ଶନୀ ସହ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande