କୋଲାବ ଜଳସେଚନ ବିଭାଗ ର ଆଉ ଏକ ବଡ ଦୁର୍ନୀତି ର ଚିତ୍ର - ଦୁଇ ବର୍ଷ ନ ଯାଉଣୁ ରାସ୍ତାରୁ ହଜିଗଲାଣି ପିଚୁ
ଜୟପୁର, 5 ନଭେମ୍ବର (ହି.ସ.) - ଦୁଇ ବର୍ଷ ନ ଯାଉଣୁ ଦୁଇ କୋଟି ଟଙ୍କାର ରାସ୍ତା ଖରାପ । ମାତ୍ର ରାସ୍ତା କାମ ଆରମ୍ଭ ହେବାର ଦୁଇ ମାସ ମଧ୍ଯରେ ନୁତନ ଭାବେ ହୋଇଥିବା ରାସ୍ତା କେଉଁଠି ତ ଦବି ଯାଇଛି ଆଉ କେଉଁଠି ଫାଟି ଆଁ କଲାଣି । ଏପରି ଦେଖିବାକୁ ମିଳିଛି କୋଲାବ ଜଳସେଚନ ବିଭାଗର ମୁଖ୍ୟ କେନାଲ ରାସ୍
କୋଲାବ ଜଳସେଚନ ବିଭାଗ ର ଆଉ ଏକ ବଡ ଦୁର୍ନୀତି ର ଚିତ୍ର     ସରକାରୀ ଟଙ୍କା ଦୁଇ ବର୍ଷ ନ ଯାଉଣୁ  ରାସ୍ତାରୁ ହଜିଗଲାଣି ପିଚୁ


କୋଲାବ ଜଳସେଚନ ବିଭାଗ ର ଆଉ ଏକ ବଡ ଦୁର୍ନୀତି ର ଚିତ୍ର     ସରକାରୀ ଟଙ୍କା ଦୁଇ ବର୍ଷ ନ ଯାଉଣୁ  ରାସ୍ତାରୁ ହଜିଗଲାଣି ପିଚୁ


ଜୟପୁର, 5 ନଭେମ୍ବର (ହି.ସ.) -

ଦୁଇ ବର୍ଷ ନ ଯାଉଣୁ ଦୁଇ କୋଟି ଟଙ୍କାର ରାସ୍ତା ଖରାପ । ମାତ୍ର ରାସ୍ତା କାମ ଆରମ୍ଭ ହେବାର ଦୁଇ ମାସ ମଧ୍ଯରେ ନୁତନ ଭାବେ ହୋଇଥିବା ରାସ୍ତା କେଉଁଠି ତ ଦବି ଯାଇଛି ଆଉ କେଉଁଠି ଫାଟି ଆଁ କଲାଣି । ଏପରି ଦେଖିବାକୁ ମିଳିଛି କୋଲାବ ଜଳସେଚନ ବିଭାଗର ମୁଖ୍ୟ କେନାଲ ରାସ୍ତା ର ଅବସ୍ଥା । ଜୟପୁର ସହର ଗାନ୍ଦି ଛକ କେନାଲ ରାସ୍ତା ଠାରୁ ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ରେ ନିମ୍ନ ମାନର କାମ ହୋଇଥିବା କଥା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି ଏହି ରାସ୍ତାର ଚିତ୍ର ।

କୋଲାବ ଜଳସେଚନ ବିଭାଗ ପକ୍ଷରୁ କାପେକ୍ସ ଫଣ୍ଡ ରୁ ଧନପୁର ଡିଷ୍ଟ୍ରିବୁଟର ରେ ଥିବା ସମସ୍ତ କେନାଲ ରାସ୍ତା ଅର୍ଥାତ 35 କିମି ତିଆରି ପାଇଁ 18 କୋଟି ଟଙ୍କା ଆସିଥିଲା । ସେଥିମଧ୍ୟରୁ ଜୟପୁର ସହର ର ଗାନ୍ଦି ଛକ ଠାରୁ ମୁଖ୍ୟ କେନାଲ ରାସ୍ତା ପ୍ରାୟ ଦୁଇ କୋଟି ଟଙ୍କାରେ ନୁତନ ଭାବେ ରାସ୍ତା ତିଆରି ହୋଇଥିଲା । ରାସ୍ତା ଟି ତିଆରି ହେବାରୁ ମାତ୍ର ଦୁଇ ମାସ ମଧ୍ୟରେ ବହୁ ସ୍ଥାନରେ ଗାତ ହେବା ସହିତ ଫାଟି ଗଲାଣି । କେଉଁଠି କେଉଁଠି ଦବି ଯାଇଛି ରାସ୍ତା । ଯାହାକୁ ନେଇ ସାଧାରଣ ଲୋକେ ଏହାକୁ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ରାସ୍ତା ଟି ସହର ର ବାଇପାସ ରାସ୍ତା ଭାବେ ରେ ବ୍ଯବହାର କରୁଥିବା ବେଳେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ସହ ବହୁ ଗାଡି ଯିବା ଆସିବା କରିଥାଏ । କିନ୍ତୁ ନିମ୍ନ ମାନର କାମ ହେବା ଯୋଗୁଁ ରାସ୍ତାଟି ଏବେ ଖରାପ ହୋଇଯାଇଥିବା କହିଛନ୍ତି । ବର୍ଷା ଆସିବା ପୁର୍ବରୁ ରାସ୍ତାର ଏବସ୍ଥା ଏପରି ହୋଇଥିବା ବେଳେ ବର୍ଷା ଅଧିକ ହେଲେ ରାସ୍ତା ଶଂପୁର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବା ବେଳେ ଟ୍ରାଫିକ କୁ ଆଡେଇ ଯାଉଥିବା ଗାଡିଚାଳକ ଓ ଯାତ୍ରୀ ଭି ନାକେଦମ | କୋଲାବ ଜଳସେଚନା ବିଭାଗ ର ଓଡିଶା କନଷ୍ଟ୍ରାକ୍ସନ କମ୍ପାନି ମାଧ୍ଯମରେ ରାସ୍ତା କାମ ଜୟପୁର ର ମୁଖ୍ୟ କେନାଲ ରାସ୍ତା ରେ 2 କିମି 900 ମିଟର ରାସ୍ତା ତିଆରି କରାଯାଇଛି । ଓଡିଶା କନଷ୍ଟ୍ରାକ୍ସନ କମ୍ପାନି ରୁ ଗୁରୁମହାରାଜ ଇଞିକନ ପ୍ରାଇଭେଟ ଲିମିଟେଡ୍ ନାମକ ଠିକା ସଂସ୍ଥା ଏହି କାମ କରୁଛି । ଏଥିପାଇ ଖର୍ଚ୍ଚ ହୋଇଛି ପ୍ରାୟ ଦୁଇ କୋଟି ରୁ ଉର୍ଦ୍ଦ ଟଙ୍କା । କିନ୍ତୁ ରାସ୍ତାଟି ତିଆରି ହେବା ପରେ ଏହି ରାସ୍ତାରେ ବହୁ ଭାରି ଜାନ ଯିବା ଆସିବା କରୁଥିବା ଯୋଗୁଁ ରାସ୍ତାଟି ଫାଟି ଯାଇଥିବାର ଅନୁମାନ କରାଯାଉଛି | । ସବୁଠାରୁ ବଡକଥା କି କିଛିଦିନ ପୂର୍ବରୁ ରାସ୍ତାରେ ଭାରିଯାନ ଲଗାଇବା ପାଇଁ ହାଇଟ ବେରିଆର ଭି ଲଗାଯାଇଥିଲା କିନ୍ତୁ ସେ ସବୁ ଭି ବର୍ତମାନ ଗାଏବ ତେବେ ସବୁଠାରୁ ବଡ କଥା କି ଯଦି ରାସ୍ତା ନିର୍ମାଣ କାର୍ଯ୍ୟ ଯଦି ଜଳସେଚନ ବିଭାଗ ର ତେବେ ରାସ୍ତାର ରକ୍ଷଣା ବେକ୍ଷଣା ଦାଇତ୍ଵ କାହାର ,ଯଦି ରାସ୍ତାରେ ଭାରିଯାନ ଯାଇ ଏମିତି ହେଉଛି ତାହେଲେ ତାହାର ବିକଳ୍ପ ଦାଇତ୍ଵ କାହାର , ବଡ କଥା କି ରାସ୍ତାର ମାନ କେତେ ଉନ୍ନତ ମାନାର ନୁହେ ଯେ ମାତ୍ର 2 ଟା ବର୍ଷ ଭିତରେ ରାସ୍ତାର ଅବସ୍ଥା ସଂପୂର୍ଣ୍ଣ ଭାବେ ଖରାପ | ବର୍ତମାନ ଏହି ଘଟଣା କୁ ନେଇ ଜୟପୁର ଉପ ଜିଲ୍ଲାପାଳ ଙ୍କୁ ପଚାରିବାରୁ ସେ ଏହି ଘଟଣା ଉପରେ ତଦନ୍ତ କରି ଏହାର ରିପୋର୍ଟ ନେବା ସହ ଯଦି ନିମ୍ମ୍ନ ମାନର କାମ ହୋଇଥାଏ ତେବେ ଏହା ଉପରେ ନିହାତି ଭାବରେ ଆକ୍ସନ ନିଆଯିବ ବୋଲି କହିଛନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande