ନୂଆପଡ଼ା ନିର୍ବାଚନୀ ପ୍ରଚାର ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ନୂଆପଡ଼ା /ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନୂଆପଡାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି । ନୂଆପଡ଼ା ବ୍ଲକ ଯୋଗେଶ୍ୱର ମଣ୍ଡଳ ୯ ନମ୍ବର ଜୋନ୍ ସାଇପଲା ଗ୍ରାମପଞ୍ଚାୟତରେ ବିଶାଳ ବାଇକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଶହ ଶ
ନୂଆପଡ଼ା ନିର୍ବାଚନୀ ପ୍ରଚାର ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ


ନୂଆପଡ଼ା /ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନୂଆପଡାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି । ନୂଆପଡ଼ା ବ୍ଲକ ଯୋଗେଶ୍ୱର ମଣ୍ଡଳ ୯ ନମ୍ବର ଜୋନ୍ ସାଇପଲା ଗ୍ରାମପଞ୍ଚାୟତରେ ବିଶାଳ ବାଇକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଶହ ଶହ ଯୁବକ ଓ ସ୍ଥାନୀୟ ନେତୃବୃନ୍ଦ ଏହି ବିଶାଲ ବାଇକ ରାଲି ରେ ସାମିଲ ହୋଇଥିଲେ । ପରେ ନୂଆପଡ଼ା କୋଟେନଚୁଆନ ପଞ୍ଚାୟତରେ ଓ ସାଲେପଡ଼ା ୯ ନମ୍ବର ୱାର୍ଡରେ ଦୁଇଟି ସଧାରଣ ସଭାରେ ଯୋଗ ଦେଇଥିଲେ । ଜନସଭା ରେ ଉପସ୍ଥିତ ଜନସାଧାରଣ ଙ୍କୁ ନିଜ ଉଦବୋଧନ ରେ ନରେନ୍ଦ୍ର ମୋଦୀ ସରକାର ଓ ମୋହନ ଚରଣ ମାଝୀ ଙ୍କ ସରକାର ର ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ବୁଝାଇଥିଲେ । ନୂଆପଡ଼ା କୁ ଏକ ବିକଶିତ ସମୃଦ୍ଧ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଓ ରାଜ୍ୟ ରେ ଚାଲିଥିବା ଡବଲ ଇଞ୍ଜିନ ସରକାର ରେ ଡବଲ ଗତି ର ବିକାଶ ରେ ନୂଆପଡ଼ା କୁ ସାମିଲ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ଘର କୁ ଘର ବୁଲି ବିଜେପି ପ୍ରଚାର ପତ୍ର ବାଣ୍ଟି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସାଂସଦ ନବ ଚରଣ ମାଝୀ, ବିଧାୟକ ଶ୍ରୀ ସନାତନ ବିଜୁଳି ଙ୍କ ସହ ସ୍ଥାନୀୟ ଅନେକ ନେତୃବୃନ୍ଦ ଏବଂ କର୍ମୀ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande