

ଖୋର୍ଦ୍ଧା, 5 ନଭେମ୍ବର (ହି.ସ.)ୱାଟକୋର୍ ଖାମଖିଆଲ ନୀତି ଯୋଗୁଁ ଗୁରୁଜଙ୍ଗ ଖୋର୍ଦ୍ଧା ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଛି। ତେବେ ଏହି ଟ୍ରାଫିକ ସମସ୍ୟାକୁ ନେଇ ଦୀର୍ଘ ତିନି ଘଣ୍ଟା ଧରି ଯାତ୍ରୀମାନେ ଫସି ରହିଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ସମସ୍ୟାରୁ ଯାତ୍ରୀଙ୍କୁ ମୁକୁଲାଇଥିଲା। ସୂଚନା ମୁତାବକ ଗୁରୁଜଙ୍ଗସ୍ଥିତ ବାବା ଧବଳେଶ୍ୱରଙ୍କ ଯାତ୍ରା ଚାଲିଛି। ଏଥିପାଇଁ ଖୋର୍ଦ୍ଧା ଗୁରୁଜଙ୍ଗ ରାସ୍ତା ଲୋକାରଣ୍ୟ ହୋଇପଡିଛି।ଏପରିସ୍ଥଳେ ୱାଟକୋ ପକ୍ଷରୁ ବିଛା ଯାଇଥିବା ପାଇପ ଚାତରା ଶଙ୍ଖ ନିକଟରେ ଫାଟି ଯାଇଥିଲା। ଫଳରେ ୱାତକୋ ପକ୍ଷରୁ ରାସ୍ତାକୁ ଖୋଳାଯାଇ ଉକ୍ତ ପାଇପ ଲାଇନ୍ ମରାମତି କରାଯାଇଥିଲା।ହେଲେ ଖୋଳାଯାଇଥିବା ରାସ୍ତାକୁ କେବଳ ମାଟି ଘୋଡାଇ ଦେଇ କାମ ସାରି ଦେଇଥିଲା। ଯାହା ଫଳରେ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଚକା ଦବିଯାଇଥିଲା।ତେବେ ୱାତକୋର ଏଭଳି ଖାମଖିଆଲ ନୀତି ଯୋଗୁଁ ଆଜି ଏଭଳି ସମସ୍ୟା ଉପୁଜିଛି ବୋଲି ଉକ୍ତ ଟ୍ରାଫିକ ସମସ୍ୟାରେ ଫସି ରହିଥିବା ଯାତ୍ରୀ କହିଛନ୍ତି। ତେଣୁ ଏଭଳି ସମସ୍ୟା ୱେଟକୋ ତୁରନ୍ତ ସ୍ଥାୟୀ ସମାଧାନ କରିବା ପାଇଁ ଯାତ୍ରୀମାନେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ