ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
ଜୟପୁର, 5 ନଭେମ୍ବର (ହି.ସ.) - ଜୟପୁର ମାଦଳାସାହି ସ୍ଥିତ ଗିତାଞ୍ଜଳି କଲ୍ୟାଣ ମଣ୍ଡପ ଠାରେ ଆଜି ପୁବତନ ଅର୍ଥ ଓ ଆଇନ ମନ୍ତ୍ରୀ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ୯୭ତମ ଜୟନ୍ତୀ ପାଳିତ ହୋଇଛି । ବିରେନ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁବତନ
ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ


ଜୟପୁର, 5 ନଭେମ୍ବର (ହି.ସ.) - ଜୟପୁର ମାଦଳାସାହି ସ୍ଥିତ ଗିତାଞ୍ଜଳି କଲ୍ୟାଣ ମଣ୍ଡପ ଠାରେ ଆଜି ପୁବତନ ଅର୍ଥ ଓ ଆଇନ ମନ୍ତ୍ରୀ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ୯୭ତମ ଜୟନ୍ତୀ ପାଳିତ ହୋଇଛି । ବିରେନ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁବତନ ବିଧାୟକ ଗୁପ୍ତ ଦାସ ଉପସ୍ଥିତ ଥିବା ବେଳେ ମଦନ ମୋହନ ନାୟକ , ବୁବୁ ଭାଇ ବଜରଙ୍ଗି , ବିନୋଦ ମହାପାତ୍ର ଉପସ୍ଥିତ ଥିଲେ । ପ୍ରକାଶ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଧିରେନ ମୋହନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜୟନ୍ତିରେ ବରିଷ୍ଠ ନାଗରିକ ଏବଂ ଶୁଭେଛୁ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଜୀବନି ଉପରେ ମତବ୍ୟକ୍ତ କରିଥିଲେ । ପ୍ରଥମେ ପାୱାର ହାଉସ ଠାରେ ପୂର୍ବତନ ଅର୍ଥ ଓ ଆଇନ ମନ୍ତ୍ରୀ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ପ୍ରତିମୁତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସଭା କାଯ୍ୟ ଆରମ୍ଭ କରାଯାଇଥିଲା । ପୂର୍ବତନ ରାଜ୍ୟ ଅର୍ଥ ଓ ଆଇନମନ୍ତ୍ରୀ ଜୟପୁରର ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ୯୭ ତମ ଜନ୍ମ ଜୟନ୍ତୀରେ ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲାର ଜୟପୁର ଶାଖାର ବିନୋଦ ମହାପାତ୍ର, ନବୀନ ମାଦଳା ମଦନ ମୋହନ ନାୟକ ଏବଂ ପ୍ରତାପ ମାଦଳା ନବୀନ ନାୟକ ହରିହର କରସୁଧା ପଟନାୟକ,ଦୁର୍ଗା ଶତପଥୀ, ଶିବ ପଟନାୟକ ବସନ୍ତ କୁମାର ପାତ୍ର,ନବୀନ ପଟନାୟକ, ପ୍ରହ୍ଲାଦ ପାତ୍ର ରୁଦ୍ର ପ୍ରସାଦ ଦାସ, ବାଲକୃଷ୍ଣ ପଟନାୟକ, ହରି ହରିଜନ, ଶରତ ପଟନାୟକ, ଉମେଶ ସାମନ୍ତରାୟ ବୃନ୍ଦାବନ ମହାନ୍ତି ବାବୁଭାଇ ବଜରଙ୍ଗି ଙ୍କ ସହିତ ପରିବାରର ସଦସ୍ୟ ବୀରେନ ମୋହନ ପଟ୍ଟନାୟକ ଧିରେନ ମୋହନ ପଟନାୟକ,ପ୍ରିତୀଶ ପଟନାୟକ ଏବଂ ପୀୟୂଷ ପଟନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହା ପରେ ମଣ୍ଡପରେ ଏକ ସ୍ମୁତି ସଭାର ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଅତିଥି ରୂପେ ପୌର ଉପାଧକ୍ଷ ବି ସୁନିତା ଜିଲ୍ଲା କଂଗ୍ରେସ ସଭାପତି ରୁପୋକ ତୁରୁକୁ ଉପସ୍ଥିତ ରହି ବ୍ୟକ୍ତିତ୍ଵ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ସ୍ମୁତି ଚାରଣ କରିବା ସହ ଜୟପୁର ବସିଙ୍କ ପାଇଁ କୋଲାବ କେନାଲ ଏକ ବରଦାନ ଏହା ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ଅବଦାନ ରୋହିଥିବା କହିଥିଲେ। ପାୱାର ହାଉସ ଛକକୁ ସ୍ୱର୍ଗତ ରଘୁନାଥ ପଟ୍ଟନାୟକ ଛକ ନାମରେ ନାମିତ କରିବାକୁ ପୌର ପ୍ରଶାସନ ଠାରେ ଦାବୀ କରିବାକୁ କହିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande