ରାଧାକୃଷ୍ଣ ମନ୍ଦିରରେ ରାସୋତ୍ସବ
କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – ଝୁମ୍ପୂରା ବ୍ଲକ ଅନ୍ତର୍ଗତ ବାଲିବନ୍ଧ ପ୍ରଧାନ ସାହି ରାଧାକୃଷ୍ଣ ମନ୍ଦିରରେ ଭୀଷ୍ମ ପଂଚକ ବ୍ରତ ତଥା ରାସ ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି। ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ, ବୀଣାପାଣି ପ୍ରଧାନ, ପୁରାଣ ପଣ୍ଡା କୁଳମଣି ପ୍ରଧାନ ଓ ବରିଷ୍ଠ ଭକ୍ତ କ୍ଷୀରୋଦ ପ୍ରଧ
ରାଧାକୃଷ୍ଣ ମନ୍ଦିରରେ ରାସୋତ୍ସବ


କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – ଝୁମ୍ପୂରା ବ୍ଲକ ଅନ୍ତର୍ଗତ ବାଲିବନ୍ଧ ପ୍ରଧାନ ସାହି ରାଧାକୃଷ୍ଣ ମନ୍ଦିରରେ ଭୀଷ୍ମ ପଂଚକ ବ୍ରତ ତଥା ରାସ ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି। ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ, ବୀଣାପାଣି ପ୍ରଧାନ, ପୁରାଣ ପଣ୍ଡା କୁଳମଣି ପ୍ରଧାନ ଓ ବରିଷ୍ଠ ଭକ୍ତ କ୍ଷୀରୋଦ ପ୍ରଧାନ, ରଙ୍ଗାଧର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନଭେମ୍ବର ୧ତାରିଖରୁ ରାସ ପଂଚକ ଭାଗବତ ଦଶମ ସ୍କନ୍ଧ ୩୦ଅଧ୍ୟାୟ ରୁ ୩୪ଅଧ୍ୟାୟ ଦୈନିକ ଗୋଟିଏ ଅଧ୍ୟାୟ ପାରାୟଣ ପୂର୍ବକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ବଡ ଓଷା ତଥା ତ୍ରୟୋଦଶୀ ତିଥିରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟଦାଶରଥି ପ୍ରଧାନ ଯୋଗଦାନ କରି ଦଶମ ସ୍କନ୍ଧ ୩୩ ଅଧ୍ୟାୟ ପାରାୟଣ ପୂର୍ବକ ଗୋପୀମାନଙ୍କୁ ଭଗବାନଙ୍କ ଦର୍ଶନ ଓ ଆଶ୍ୱାସନା ସମ୍ବନ୍ଧରେ ଜନ ସମାଜକୁ ଉଦ୍ ବୋଧନ ଦେଲେ ଏବଂ କାର୍ତିକ ପୂର୍ଣ୍ଣିମା ପ୍ରାତଃ ୫ଘଟିକାରେ ମଙ୍ଗଳ ଆଳତି କରି ଗୀତା ପାଠ ଓ ଗୋପାଳ ସହସ୍ର ନାମ ପାଠ କରି ଭାଗବତ ଦଶମ ସ୍କନ୍ଧ ୩୪ ଅଧ୍ୟାୟ ପାଠ ପୂର୍ବକ ମହରାସ ସମ୍ବନ୍ଧରେ ଆଲୋକପାତ କଲେ।ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ପ୍ରସନ୍ନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଭଜନ କୀର୍ତନ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତରଣୀ କାନ୍ତ ଗିରି,କୃଷ୍ଣ ଚନ୍ଦ୍ର ବେହେରା, ଗୁଣନିଧି ମହାନ୍ତ, ରଘୁନାଥ ନାୟକ, କୁଞ୍ଜ ବିହାରୀ ପ୍ରଧାନ,କୌତୁକ ପ୍ରଧାନ, ମନୋଜ ପ୍ରଧାନ ଏବଂ ମାତୃମଣ୍ଡଳୀ ଭକ୍ତ ସୁଶୀଳା ପ୍ରଧାନ,ଚିନ୍ମୟୀ ପ୍ରଧାନ, ରଜନୀ ପ୍ରଧାନ, ସରୋଜିନୀ ପ୍ରଧାନ ଝୁନୁ ପ୍ରଧାନ ଓ ଜ୍ୟୋତ୍ସ୍ନାମୟି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande