ଖରିଆରରୋଡ଼ରେ ରାଜସ୍ୱ ମନ୍ତ୍ରୀଙ୍କ ଚାଏ-ପେ-ଚର୍ଚ୍ଚା
ନୂଆପଡ଼ା/ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ନୂଆପଡା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀ ରେ ଆଜି ସକାଳେ ଖରିଆରରୋଡ଼ ଜୈନ ମନ୍ଦିର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥାନୀୟ ଲୋକମାନଙ୍କ
ଖରିଆରରୋଡ଼ରେ ରାଜସ୍ୱ ମନ୍ତ୍ରୀଙ୍କ ଚାଏ-ପେ-ଚର୍ଚ୍ଚା


ନୂଆପଡ଼ା/ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ନୂଆପଡା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀ ରେ ଆଜି ସକାଳେ ଖରିଆରରୋଡ଼ ଜୈନ ମନ୍ଦିର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ଥାନୀୟ ଲୋକମାନଙ୍କ ସହ ସାମିଲ ହୋଇ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟାକୁ ଦୂରକରିବାକୁ ହେଲେ ବିଜେପି ପାର୍ôଥ ଯେ ଢୋଲକିଆଙ୍କ ପଦ୍ମ ଚିହ୍ନରେ ବିଜୟୀ କରିବା ବୋଲି ଲୋକମାନଙ୍କୁ ନିବେଦନ କରିଥିଲେ। ମନ୍ତ୍ରୀଙ୍କ ଏଭଳି ଆଲୋଚନା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ,ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବିଧାୟକ ନବୀନ ଜେନା ଏବଂ ଏନଏସି ଅଧ୍ୟକ୍ଷା ଙ୍କ ସମେତ ବହୁ ବରିଷ୍ଠ ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande