

ମାଲକାନଗିରି, ୫ ନଭେମ୍ବର (ହି.ସ)-ମା ଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆନୁକୂଲ୍ୟରେ ଓଡିଶା ର ଧର୍ମ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପର୍ବ କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଧାଣ ପର୍ବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସଂଘର ସଦସ୍ୟମାନେ ଖୋଳ,ଶଙ୍ଖ,ଗିନି ବଜାଇ କୀର୍ତ୍ତନ କରି ଏକ ବଡବୋଇତ ଓ ବେନର୍ ଧରି ସଭାପତି ବାଲା ରାଜୁ ପାଢ଼ିଙ୍କ ନେତୃତ୍ବ ରେ ଏକ ଶୋଭାଯାତ୍ରାରେ ରେ ନଗର ପରିକ୍ରମା କରି ବଣ୍ଡାବାକିଲି ବନ୍ଧରେ ପହଞ୍ଚିଥିଲେ। କୂଳରେ ବୋଇତ ରଖି ଧୂପ, ଦୀପ ଜଳାଇ ପୂଜା କରି ଭସାଇ ଥିଲେ। ସାତଜଣ ସଦସ୍ୟ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ରବିନାରାୟଣ ପାଣିଗ୍ରାହୀ,ସମ୍ପାଦକ ଅଶୋକ କୁମାର ସାମଲ, ବାବାଜୀ ଚରଣ ସ୍ବାଇଁ, ଏମ୍. ଧବଳେଶ୍ଵର ରାଓ, ସୁରେନ୍ଦ୍ର କୁମାର ମଲ୍ଲିକ, ଗଣେଶ ଚନ୍ଦ୍ର ଜେନା, ଜଗନ୍ନାଥ ତିଆଡ଼ିଙ୍କୁ ସାଧବ ବେଶ ପୋଷାକରେ ସଜ୍ଜିତ କରାଯାଇ ଥିଲା। ଅନ୍ୟମାନଙ୍କ ମଧରେ ଚିରଞ୍ଜିବୀ ମହାପାତ୍ର, ଜୟ ଦେବ ରାଉଳ, କାଳୁ ମହାରଣା, ମାଧବାନନ୍ଦ ବିଶ୍ବାଳ, ଅଭିମନ୍ୟୁ ବେହେରା, ଗିରି ଧାରୀ ପାଣିଗ୍ରାହୀ, ରବିନ୍ଦ କୁମାର ମହାରଣା, କୀର୍ତ୍ତନ ରେ ଢୋଲ କଳ୍ପତରୁ ନାୟକ ଓ ଗିନି ଅଲେଖ ଉପସ୍ଥିତ ଥିଲେ!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ