ନଭେମ୍ବର ୭ରୁ ୨୬ ଓଡ଼ିଶା ଗାଇବ ବନ୍ଦେ ମାତରମ୍‌
ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”କୁ ୭ ନଭେମ୍ବରରେ ୧୫୦ ବର୍ଷ ପୁରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”ର ୧୫୦ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ସା
ନଭେମ୍ବର ୭ରୁ ୨୬ ଓଡ଼ିଶା ଗାଇବ ବନ୍ଦେ ମାତରମ୍‌


ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”କୁ ୭ ନଭେମ୍ବରରେ ୧୫୦ ବର୍ଷ ପୁରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ରାଷ୍ଟ୍ରଗୀତ “ବନ୍ଦେ ମାତରମ୍‌”ର ୧୫୦ ବର୍ଷକୁ ମହାସମାରୋହରେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ସାହ ସହ ଏହି କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି। ଭାରତୀୟ ଜନତା ପାର୍ଟି ସବୁବେଳେ ଏହି ଗୀତକୁ ପ୍ରାଧାନ୍ୟ ଦେଇଆସିଛି। ଏନେଇ ଦଳ ପକ୍ଷରୁ ମଧ୍ୟ ଏହି ଗୀତକୁ ସାରା ଦେଶରେ ଧୁମ୍‌୍‌ଧାମ୍‌ରେ ପାଳନ କରିବାକୁ ସ୍ଥିରକୃତ ହୋଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିଷ୍ଣୁ ଦାସ କହିଛନ୍ତି।

ଆସନ୍ତା ୭ ତାରିଖରେ ଏହି ଗୀତର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସାରାଦେଶର ୧୫୦ଟି ସ୍ଥାନରେ ହେବାକୁ ନିଷ୍ପତି ହୋଇଛି। ଓଡ଼ିଶାର ୫ଟି ପ୍ରମୁଖ ସହର ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ରାଉରକେଲାରେ ଏହାକୁ ଆୟୋଜନ କରାଯିବ। ଏହାପରେ ୮ରୁ ୨୬ ତାରିଖ ମଧ୍ୟରେ ପ୍ରତ୍ୟେକ ବିଧାନସଭାରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଓଡ଼ିଶାର ସମସ୍ତ ଜନତା, ବୁଦ୍ଧିଜୀବୀ, ମା’, ଭଉଣୀ ଓ ଛାତ୍ରଛାତ୍ରୀ, ଧାର୍ମିକ ଅନୁଷ୍ଠାନ, ଯୁବ ସଂଗଠନ ଯୋଗଦିଅନ୍ତୁ ଏବଂ “ବନ୍ଦେ ମାତରମ୍‌” ଗୀତ ଗାଇ ସ୍ୱଦେଶୀ ସଂକଳ୍ପ ଓ ଦେଶପ୍ରେମର ଭାବନାକୁ ଉଜ୍ଜୀବିତ କରି ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande