
ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- ଆସନ୍ତାକାଲି ନୂଆପଡ଼ା
ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୋମନାରେ ଆୟୋଜିତ ବିଶାଳ ରୋଡ ସୋରେ ଯୋଗ
ଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ କୋମନାରେ ରୋଡ଼ ସୋ ପାଇଁ ବ୍ୟାପକ
ପ୍ରସ୍ତୁତି କରାଯାଇଛି । 25 ହଜାର
ଲୋକଙ୍କ ସମାଗମ ପାଇଁ ଯୋଜନା କରୁଛି ବିଜେପି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକେପ୍ଟର
ଯୋଗେ ଆସି ରୋଡ଼ ସୋରେ ଯୋଗ ଦେଇ ପୁଣି ରାତିରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା