କାର୍ତ୍ତିକ ପୂର୍ଣ୍ଣମୀରେ ଧର୍ମମୟ ଶ୍ରୀକ୍ଷେତ୍ର
ପୁରୀ, 5 ନଭେମ୍ବର (ହି.ସ.) - ଧର୍ମମାସ କାର୍ତ୍ତିକ । ମାସକର ଧର୍ମ କାର୍ତ୍ତିକ ପୂର୍ଣ୍ଣମୀରେ ଶେଷ ଦିନ । ଏକମାସ ଧରି ଶ୍ରୀକ୍ଷେତ୍ର ହୋଇଥିଲା କୋଳାହଳମୟ । ହବିଷ୍ଯାଳୀ ମାନେ ଶ୍ରୀକ୍ଷେତ୍ରକୁ ରାଇ ଦାମୋଦର ପୂଜା ଓ ଆକାଶ ଦୀପ ଜାଳି ଏକ ଧାର୍ମିକ ବାତାବରଣ ସୃଷ୍ଟି କରିଥିଲେ । କାର୍ତ୍ତିକ ପୂର
କାର୍ତ୍ତିକ ପୂର୍ଣ୍ଣମୀରେ ଧର୍ମମୟ ଶ୍ରୀକ୍ଷେତ୍ର


କାର୍ତ୍ତିକ ପୂର୍ଣ୍ଣମୀରେ ଧର୍ମମୟ ଶ୍ରୀକ୍ଷେତ୍ର


ପୁରୀ, 5 ନଭେମ୍ବର (ହି.ସ.) - ଧର୍ମମାସ କାର୍ତ୍ତିକ । ମାସକର ଧର୍ମ କାର୍ତ୍ତିକ ପୂର୍ଣ୍ଣମୀରେ ଶେଷ ଦିନ । ଏକମାସ ଧରି ଶ୍ରୀକ୍ଷେତ୍ର ହୋଇଥିଲା କୋଳାହଳମୟ । ହବିଷ୍ଯାଳୀ ମାନେ ଶ୍ରୀକ୍ଷେତ୍ରକୁ ରାଇ ଦାମୋଦର ପୂଜା ଓ ଆକାଶ ଦୀପ ଜାଳି ଏକ ଧାର୍ମିକ ବାତାବରଣ ସୃଷ୍ଟି କରିଥିଲେ । କାର୍ତ୍ତିକ ପୂର୍ଣ୍ଣମୀ ସକାଳୁ ମହୋଦଧି ,ଶେତ୍ବଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ହଜାର ହଜାର ଶ୍ରଦ୍ଧାଳୁ ଭାବ ଭକ୍ତିର ସହ ଡଙ୍ଗା ଭସାଇଥିଲେ । ଡଙ୍ଗା ଭସାଇବା ସମୟରେ ଆ କା ମା ବୈ ପାନ ଗୁଆ ଖାଇ ମାସକ ଧରମ ମୋର ପାନ ଗୁଆ ତକ ତୋର କହି କଦଳୀ ବାସୁଙ୍ଗା ଡଙ୍ଗା ଭସାଇଥିଲେ । ପୁଷ୍ପରିଣୀର ଚାରି କୋଣରେ ଲାଗିବା ସହ ସଳିତା କାଠି ଜଳୁଥିବା ଦୃଶ୍ଯ ନିଆରା ଅନୁଭୂତି ଆଣିଥିଲା । ପୁଷ୍ପରିଣୀର ନିକଟସ୍ଥ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ଦେବାଦେବୀଙ୍କ ଦର୍ଶନ କରିଥିଲେ ।

ଦିଗବରେଣୀ ଠାରୁ ଲାଇଟ ହାଉସ ସମ୍ମୁଖ ସମୁଦ୍ରକୂଳ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସମୁଦ୍ର ସ୍ନାନ କରି ବାଲିରେ ରାଧା ଦାମୋଦରଙ୍କ ପୂଜା, ସୂର୍ଯ୍ଯ ନମସ୍କାର, ଶ୍ରୀମନ୍ଦିର ନୀଳଚକ୍ରଙ୍କ ମୁଣ୍ଡିଆ ମାରି କାର୍ତ୍ତିକ ବ୍ରତଧାରୀ ହବିଷ୍ଯାଳି ମାନେ ଶେଷ ଦିନ ଏହି ପରିବେଶ ସୃଷ୍ଟି କରିଥିଲେ । ହଜାର ହଜାର ହବିଷ୍ଯାଳୀ ଶ୍ରୀମନ୍ଦିର ଭିତରେ ଜଗା ଆଖି ସହ ଆଖି ମିଶାଇ ହାତ ଟେକି ମନର ଦୁଃଖ କହି ଲୁହକୋହ ଭରାହୋଇ ଶ୍ରୀମନ୍ଦିରରୁ ବାହୁଡି ଥିଲେ । ବଡଦାଣ୍ଡର ବିଭିନ୍ନ ସ୍ଥାନରେ ଓ ସଂଲଗ୍ନ ମନ୍ଦିର ଓ ମଠ ଗୁଡିକରେ ଭଜନକୀର୍ତ୍ତନ ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର , ବାଲିକପିଳେଶ୍ଵର ମହାଦେବ ଆଦି ନୃସିଂହ ମନ୍ଦିର, ନୀଳକଣ୍ଠେଶ୍ଵର ମହାଦେବ, ସିଦ୍ଧମହାବୀର, ବାଙ୍କିମୁହାଣ ରାମଚଣ୍ଡୀ, ଦରିଆ ମହାବୀର ସମେତ ସମସ୍ତ ମନ୍ଦିରରେ ଦେବ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande