
ଭୁବନେଶ୍ୱର, 5 ନଭେମ୍ବର (ହି.ସ.)
- ବିହାର
କୋକିଳ ଶାରଦା ସିହ୍ନାଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରସିଦ୍ଧ
ଲୋକଗାୟିକା ଏବଂ ‘ବିହାର
କୋକିଳା’
ଶାରଦା ସିହ୍ନାଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ଭାବଭରା ପ୍ରଣାମ। ଶାରଦା
ସିହ୍ନାଜୀଙ୍କ ମଧୁର ସ୍ୱର ଭୋଜପୁରୀ, ମୈଥିଲୀ ଏବଂ ମଗହୀ ଲୋକଗୀତକୁ ନୂତନ ପରିଚୟ ଦେଇଥିଲା ଏବଂ ଭାରତୀୟ
ଲୋକସଂସ୍କୃତିକୁ ବିଶ୍ୱ ମଞ୍ଚରେ ଗୌରବାନ୍ୱିତ କରିଥିଲା। ଲୋକଗୀତ ମାଧ୍ୟମରେ ସେ ବିହାରର ମାଟି, ଭାବନା ଓ ପରମ୍ପରାକୁ ପ୍ରତ୍ୟେକ ଘର ଓ ଅଗଣା ପର୍ଯ୍ୟନ୍ତ
ପହଞ୍ଚାଇଥିଲେ। ତାଙ୍କ ମଧୁର ସୁର ଲହରୀ ଆଜି ମଧ୍ୟ ସଙ୍ଗୀତପ୍ରେମୀମାନଙ୍କ ହୃଦୟରେ ଗୁଞ୍ଜରିତ
ହୋଇଉଠେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା