ଘରୋଇ ହସ୍ପିଟାଲରେ ଯୌନ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ଘରୋଇ ହସ୍ପିଟାଲରୁ ଆସିଛି ଯୌନ ନିର୍ଯାତନାର ଅଭିଯୋଗ । ମୈତ୍ରୀବିହାର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲର ଲ୍ୟାବ ଟେକନିସିଆନ ଓ ହସ୍ପିଟାଲ ମ୍ୟାନେଜମେଂଟ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୀଡିତାଙ୍କ କହିବା ମୁତାବକ କିଛିଦିନ ତଳେ ହସ୍ପିଟାଲରେ ଚାଲି
ଘରୋଇ ହସ୍ପିଟାଲରେ ଯୌନ ନିର୍ଯାତନା ଅଭିଯୋଗ


ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ଘରୋଇ ହସ୍ପିଟାଲରୁ ଆସିଛି ଯୌନ ନିର୍ଯାତନାର ଅଭିଯୋଗ । ମୈତ୍ରୀବିହାର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲର ଲ୍ୟାବ ଟେକନିସିଆନ ଓ ହସ୍ପିଟାଲ ମ୍ୟାନେଜମେଂଟ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୀଡିତାଙ୍କ କହିବା ମୁତାବକ କିଛିଦିନ ତଳେ ହସ୍ପିଟାଲରେ ଚାଲିଥିବା ଅନିୟମିତତା ସମ୍ପର୍କରେ ମୁହଁ ଖୋଲିବାରୁ ଲ୍ୟାବ ଟେକ୍ନିସିଆନ ଜଣଙ୍କ ପ୍ରତିକ୍ରିୟାଶୀଳ ହେବା ସହ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ । ସର୍ବସମ୍ମୁଖରେ ଅଶାଳୀନ ବ୍ୟବହାର କରିଥିଲେ। ଏ ନେଇ ଥାନାରେ ଅଭିଯୋଗ କଲେ ଉଲଗ୍ନ କରି ଭିଡିଓ ଉତୋଳନ କରିବା ସହ ଭାଇରାଲ କରିବାର ଧମକ ଦେଇଥିଲେ। ଜୋର ଜବରଦସ୍ତ କିଛି ଭିଡିଓ ମଧ୍ୟ ମୋବାଇଲରେ ସୁଟ କରିଥିଲେ। ଏ ନେଇ ଏଚଆର ଡିପାର୍ଟମେଂଟରେ ପୀଡିତା ଅଭିଯୋଗ କରିଥିଲେ। ତେବେ ହସ୍ପିଟାଲ କର୍ତୃପକ୍ଷ ତାଙ୍କ ଏତଲା ଗ୍ରହଣ କରିନଥିବା ସେ କ୍ଷୋଭର ସହ କହିଛନ୍ତି । ଏପରିକି ଲ୍ୟାବ ଆସିଷ୍ଟାଂଟ ବିରୋଧରେ ଅଭିଯୋଗ ଆଣୁଥିବାରୁ କିଛିଦିନ ତଳେ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଛି ମ୍ୟାନେଜମେଂଟ। ଏଣୁ ଅଭିଯୁକ୍ତକୁ ସୁରକ୍ଷା ଦେବା ସହ ତାଙ୍କ ପ୍ରତି ମାନସିକ ନିର୍ଯାତନା ଦେଇଥିବା ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତା। ଚନ୍ଦ୍ରଶେଖରପୁର ଥାନାରେ ସେ ଏନେଇ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande