
ଭୁବନେଶ୍ୱର, 7 ନଭେମ୍ବର (ହି.ସ.)- ପୋଲିସ ଏସଆଇ ନିଯୁକ୍ତିସ୍କାମ ମାମଲା । ମୁଖ୍ୟ ଷଡ଼ଯନ୍ତ୍ରକାରୀ
ଶଙ୍କର ପୃଷ୍ଟିର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ
। ଶଙ୍କର ବେଶ୍ ଚାଲାକ ଥିବାରୁ ସିଲିକନ ଟେକଲାବ ମୁଖ୍ୟ ସୁରେଶଙ୍କ ଶହ ମିଶି ଷଡ଼ଯନ୍ତ୍ର
କରିଥିଲା । ଏସଆଇକେଳେଙ୍କାରୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଶଙ୍କର ପୃଷ୍ଟି । ସୁରେଶଙ୍କ ପଟିଆ ସ୍ଥିତ ବାସଭଵନରେ ଶଙ୍କର ସୁରେଶଙ୍କୁ
ବ୍ଲୁ ପ୍ରିଣ୍ଟ ବିଷୟରେ ବୁଝାଇ ଥିଲେ । ନୟାଗଡ଼
ଦଶପଲାର ମୁନା ମହାନ୍ତି ଏବଂ ବାଲେଶ୍ଵରର ଅରବିନ୍ଦ ଦାସ କ୍ୟାଣ୍ଡେଟ ଯୋଗାଡ଼ କରିଥିଲେ । ସେଇଠୁ
ଆରମ୍ଭ ହୋଇଥିଲା ପୋଲିସ ଏସଆଇକେଳେଙ୍କାରୀର ରୋଡମ୍ୟାପ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା