
ଘଟଗାଁ, ୦୮ ନଭେମ୍ବର(ହି.ସ.) – ସ୍ଥାନୀୟ ବ୍ଲକ ମୁକ୍ତାପୁର ଗ୍ରାମପଂଚାୟତ ଅଧିନସ୍ଥ ଜନ୍ମମାଟି ମୁଦ୍ରା ବେଡା ଗ୍ରାମର ସହିଦ ପ୍ରଦୀପଘଣାଙ୍କ ଦ୍ୱାଦଶ ଶ୍ରାଦ୍ଧବାର୍ଷିକୀ ମହା ସମାରୋହରେ ପାଳିତ ହୋଇଯାଇଛି, ଉକ୍ତକାର୍ଯ୍ୟକ୍ରମରେ ଗ୍ରାମବାସି ଯୁବକବୃନ୍ଦ ଶିକ୍ଷାବିତ ସମାଜସେବୀ ସାମ୍ବାଦିକ ରାଜନୈତିକକର୍ମୀ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ସହିଦଙ୍କ ପ୍ରତିମୂର୍ତି ଓ ଫଟୋ ଚିତ୍ରରେ ମ୍ୟାର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦିକା ମମତା ସିଂ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସିଆର ପିଏଫର ଡେପୁଟି କାମାଣ୍ଡେଂଟ ମହେନ୍ଦ୍ର ସିଂ ସମ୍ମାନିତ ଅତିଥିଭାବେ ଭାରତୀୟଜନତା ପାର୍ଟିର ରାଜ୍ୟକାରିଣୀ ସଦସ୍ୟ ଅମର ସିଂ ସମାଜସେବି ମଧୁସୂଦନ ନାୟକ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସ ସିଆରପିଏଫ ଏସ ଆଇ ରଞ୍ଜନ କୁମାର ଦାସ ସହିଦଙ୍କ ପିତା ଶ୍ରୀକାନ୍ତଘଣା ମଂଚାସିନ ଥିଲେ। ସାମ୍ବାଦିକ ସଞ୍ଜୟ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସହିଦଙ୍କ ସାନଭାଇ ପ୍ରକାଶ ଘଣା ସଞ୍ଜୟ ଘଣା ବାବୁଲି ଘଣା ସହଯୋଗ କରିଥିବା ସହିତ ଦିବଂଗତଙ୍କ ଦେଶମାତୃକା ପାଇଁ ବଳିଦାନକୁ ସ୍ମମରଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ