



ବଲାଙ୍ଗିର, 8 ନଭେମ୍ବର (ହି.ସ.)
ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ମାନଙ୍କ ଦୁଇଟି ଗ୍ରାମୀଣ ବ୍ୟଙ୍କ ବିଲୟ ହୋଇ ଗୋଟିଏ ହୋଇ ଗୋଟିଏ ବ୍ୟାଙ୍କ୍ ରାଜ୍ୟ ପାଇଁ ହେଉଥିବା ଦୃଷ୍ଟିରୁ ଦୁଇଟି ଯାକ ପୃଥକ ସଂଘ ବିଲୁପ୍ତ ହୋଇ ଗୋଟିଏ ହେବ ବୋଲି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ସଭାପତି ପୁଳିନ ମିଶ୍ର କହିଛନ୍ତି।
ଆଜି ବଲାଙ୍ଗିର ରେନ୍ବୋ ପ୍ୟାଲେସ ଠାରେ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ଏକ ସ୍ଵତନ୍ତ୍ର ଅଧିବେଶନ ସମଗ୍ର ରାଜ୍ୟ ପାଈଁ ଗୋଟିଏ ଗ୍ରାମ୍ୟ ବ୍ୟାଙ୍କ ହୋଇ ଉତ୍କଳ ଓ ଓଡ଼ିଶା ଦୁଇଟି ଯାକ ବ୍ୟାଙ୍କ ବିଲିନ ହୋଇ ଗୋଟିଏ ହେଉଥିବା ଯୋଗୁଁ ପୃଥକ ଥିବା କର୍ମଚାରୀ ସଂଘ ବିଲୀନ ହୋଇ ଗୋଟିଏ ହେବା ପ୍ରକ୍ରିୟା ପାଇଁ ଆଜି ସ୍ୱତନ୍ତ୍ର ଅଧିବେଶନ ହୋଇଥଲା । ୟୁ ଜି ବି କର୍ମଚାରୀ ସଂଘ ସଭାପତି ପୁଳିନ ମିଶ୍ର ଅଧ୍ୟକ୍ଷତା ରେ ଅନୁଷ୍ଟିତ ସଭାରେ ଶ୍ରମିକ ନେତା ପ୍ରମୋଦ ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟ ବ୍ୟାଙ୍କ୍ ନେତା କର୍ମଚାରୀ ଯୋଗଦେଇ ଏହା ଉପରେ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୨୨ତାରିଖ ଦୁଇଟି ଯାକ ସଂଘ୍ ଭୁବନେଶ୍ୱର ଠାରେ ମିଳିତ ନିଷ୍ପତ୍ତି ନେବେ। ପ୍ରତି ରାଜ୍ୟ ପାଇଁ ଗୋଟିଏ ଗ୍ରାମୀଣ ବ୍ୟାଙ୍କ ହେଉଥିବାରୁ ଦୁଇଟି ଯାକ କର୍ମଚାରୀ ସଂଘ ଏକ ହୋଇଯିବ ଏହା ଆଜି ସମ୍ମିଳନୀ ରେ ନିଷ୍ପତ୍ତି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ