
ସମ୍ବଲପୁର, ୦୮ ନଭେମ୍ବର(ହି.ସ.) – ମୋବାଇଲ୍ ଓ କୁସଙ୍ଗ ଦୋଷରୁ ଆଜିକାଲି ଅନେକ ଯୁବକ ଯୁବତୀ କୁପଥଗାମୀ ହେଉଛନ୍ତି। ବିଶେଷ କରି ସ୍ୱଳ୍ପ ବୟସର ଯୁବକ ଯୁବତୀମାନେ ପ୍ରେମୀ ସମ୍ପର୍କକୁ ବଢାଇ ନିଜର କାମୁକ ମନୋଭାବକୁ ଚରିତାର୍ଥ କରି ପରବର୍ତୀ ସମୟରେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେଉଥିବା ଅଭିଯୋଗ ହୋଇଥାଏ । ହେଲେ ନିଜ ପରିବାର ପ୍ରତିପୋଷଣ କରି ଆସୁଥିବା ଜଣେ ବାପ ନିଜ ଜନ୍ମିତ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ଉଦବେଗର କାରଣ ପାଲଟିଛି। ନିଜ ଝିଅ ଉପରେ ପାପ ଦୃଷ୍ଟି ପକାଇବା ଅତ୍ୟନ୍ତ ଲଜ୍ଯାଜନକ ଓ ନାରକୀୟ ଘଟଣା। ଏଭଳି ଏକ ଅନାଲୋଚିତ ଅପରାଧିକ କାଣ୍ଡ ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଂଚଳରେ ଘଟିଥିବା ଜଣାପଡିବା ପରେ ସାମାଜିକ ସଚେତନ ବର୍ଗ ଓ ବୁଦ୍ଧିଜୀବୀ ମହଲରେ ଉଦବେଗର ବିଷୟ ପାଲଟିଛି। ବାରମ୍ବାର ନିଜ ବାପାର ଏଭଳି ଆଚରଣରେ ଅତିଷ୍ଠ ହୋଇ ଶେଷରେ ନାବାଳିକା ଜଣଙ୍କ ସୁରକ୍ଷ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ନାବାଳିକା ଝିଅ ଥାନାକୁ ଯିବା ଜାଣିବା ପରେ କାମାନ୍ଧ ବାପ ଘରୁ ଫେରାର ହୋଇଯାଇଛି। ଥାନାକୁ ଏଭଳି ସମ୍ବେଦନଶୀଳ ଅଭିଯୋଗ ଆସିବା ପରେ ପୋଲିସ ୨୩୩/୨୫ରେ ଏକ ମାମଲା ରୁଜୁ କରି ଫେରାର କାମାନ୍ଧ ଅଭିଯୁକ୍ତକୁ ଧରିବା ପାଇଁ ଜୋରଦାର ତନାଘନା ଆରମ୍ଭ କରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ