
ମାଲକାନଗିରି, ୮ ନଭେମ୍ବର (ହି.ସ.)- କାଲିମେଳା ବ୍ଲକ ଏମଭି ୭୯ ଥାନା ଅନ୍ତର୍ଗତ ଜାକଲକୁଣ୍ଡି ଜଙ୍ଗଲ ନିକଟରୁ ପୋଲିସ ୪ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛିl
ସୂଚନା ମୁତାବିକ, ଗତକାଲି ସନ୍ଧ୍ୟା ସମୟରେ ଏମଭି ୭୯ ପୁଲିସ ର ଏକ ଟିମ ଆଇଆଇସି ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ନେତୃତ୍ଵରେ ଶ୍ରୀଚନ୍ଦନ ବେହେରାଙ୍କ ସହ ଏକ ୬ ଜଣିଆ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜାକଲକୁଣ୍ଡି ଗ୍ରାମ ନିକଟସ୍ଥ ପାହାଡ଼ ନିକଟରେ କିଛି ଲୋକ ପୋଲିସ ଗାଡି ଦେଖି ଦୌଡ଼ି ପଳାଇଯାଇଥିଲେ l ପୋଲିସ ପହଂଚି ଦେଖିଲା ପରେ ଗଞ୍ଜେଇ ପେକିଙ୍ଗ ହେଉଥିବାର ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ପୋଲିସ କାଲିମେଳା ବିଡ଼ିଓ ପ୍ରଦୀପ କୁମାର କରଙ୍କ ଉପସ୍ଥିତିରେ ଓଜନ କରି ଗଞ୍ଜେଇ ବସ୍ତାକୁ ଜବତ କରିଥିଲେ l ଗଂଜେଇ ଓଜନ କରିବା ପରେ ୪ କୁଇଣ୍ଟାଲ ୫୦ କେଜି ହୋଇଥିବା ବେଳେ ବଜାରରେ ଏହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ୫୯ ହଜାର ହେବ l ଏମଭି ୭୯ ପୋଲିସ ୧୬୬/୨୫, ଅଣ୍ଡର ସେକ୍ସନ ୨୦ବି, ଆଇ ଆଇ ସି ରେ ଏଣ୍ଡି ପିଏସ କେସ ରୁଜୁ କରି ତଦନ୍ତ ଚଳାଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ