
ଭଦ୍ରକ, ୮ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ନିଳୋକ ପଚାଂୟତ ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଂଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧ମ ଠାରୁ ୮ମ ପର୍ଯ୍ୟନ୍ତ ୧୨୭ ଜଣ ଓ ୯ମ ଠାରୁ ୧୦ମ ପର୍ଯ୍ୟନ୍ତ ୬୬ ଜଣଙ୍କୁ ମିଶାଇ ମୋଟ ୧୯୩ ଜଣ ଛାତ୍ରଛାତ୍ରୀଙ୍କୁ ୨ ହଳ ୟୁନିଫର୍ମ, ୧ ହଳ ହାଉସ ଡ୍ରେସ ଓ ଜୋତା, ମୌଜା, ଟୋପି ଏବଂ ଆଇ କାର୍ଡ ପ୍ରଦାନ କରାଯାଇଥିଲା । ସିଆରସିସି ରାଜେନ୍ଦ୍ର କୁମାର ପାତ୍ରଙ୍କ ତତ୍ୱାବଧାନ ଓ ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ଦାସଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ସାହୁ, ସହକାରୀ ଶିକ୍ଷକ ବିଶ୍ୱ ରଞ୍ଜନ ଦାସ, ସୁକାନ୍ତୀ ସେଠୀ, ପଦ୍ମିନୀ ଦାସ, ସମର କୁମାର ଜେନା, ରତ୍ନାକର ସେଠୀ, ଜନ୍ମେଜୟ ନାୟକ, ନାରାୟଣ ଚନ୍ଦ୍ର ମିଶ୍ର, ନରେଶ କୁମାର ସାମଲ, ମଧୁ ସୂଦନ ରାଉତ, ମହେଶ୍ୱର ବାରିକ, ପ୍ରଭାତୀ ନାୟକ, ସଞ୍ଜୁଲତା ଜେନା, ରଜତ କୁମାର ଦାଶ, ଶିକ୍ଷାକର୍ମଚାରୀ ଶରତ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ