
ଜୟପୁର, 8 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା ଜୟପୁର-କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥ ଘାଟିରାସ୍ତାରେ କୌଣସି ଅଜଣା ଗାଡି ଧକ୍କାରେ ମାନସିକ ବିକୃତ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଆଜି ପୂର୍ବାହ୍ନ ୭ଟାକେ ରେ ଘାଟି ରାସ୍ତାରେ ଅଜଣା ମୃତ ବ୍ୟକ୍ତିଙ୍କ ଶରୀରକୁ ସ୍ଥାନୀୟ କିଛି ବାସିନ୍ଦା ଦେଖିବା ପରେ ଜୟପୁର ବ୍ଲକ ବାରିଣପୁଟ ସରପଞ୍ଚା ପଦ୍ନା ନନ୍ଦିବାଲିଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ଏଥିନେଇ ସରପଞ୍ଚଙ୍କ ଏତଲା କ୍ରମେ ଜୟପୁର ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ଆମ୍ବୁଲେନ୍ସ ଯୋଗେ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି । ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଶବ ସଂରକ୍ଷିତ ଗୃହରେ ରଖାଯାଇଛି । ତାଙ୍କର ପରିଚୟ ନ ମିଳିଲେ ଶବକୁ ପୋତାଯିବ ବୋଲି ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି