ସାପ କାମୁଡାରେ ପାଉଁରୁଟି କାରଖାନା ମାଲିକ ଗୁରୁତର
କୋରେଇ, ୮ ନଭେମ୍ବର (ହି.ସ.)- ପାଣିକୋଇଲିସ୍ଥିତ ପାଉଁରୁଟି କାରଖାନାରେ ଏକ ବିଷାକ୍ତ ସାପ ପଶିଯିବା ସହ ମାଲିକଙ୍କୁ କାମୁଡି ଦେବାରୁ ସେ ଗୁରୁତର ହୋଇଛନ୍ତି । ପ୍ରକାଶଯେ, ପାଣିକୋଇଲି ଆଙ୍କୁଲା ରାସ୍ତାରେ (ଗଣେଷ ମାର୍କେଟ) ବାବୁ ଖାଁ ଏକ ପାଉଁରୁଟି କାରଖାନା କରିଛନ୍ତି । ଆଜି ମଧ୍ୟାହ୍ନରେ ଏକ ନାଗ ସାପ
ସାପ କାମୁଡାରେ ପାଉଁରୁଟି କାରଖାନା ମାଲିକ ଗୁରୁତର


କୋରେଇ, ୮ ନଭେମ୍ବର (ହି.ସ.)- ପାଣିକୋଇଲିସ୍ଥିତ ପାଉଁରୁଟି କାରଖାନାରେ ଏକ ବିଷାକ୍ତ ସାପ ପଶିଯିବା ସହ ମାଲିକଙ୍କୁ କାମୁଡି ଦେବାରୁ ସେ ଗୁରୁତର ହୋଇଛନ୍ତି । ପ୍ରକାଶଯେ, ପାଣିକୋଇଲି ଆଙ୍କୁଲା ରାସ୍ତାରେ (ଗଣେଷ ମାର୍କେଟ) ବାବୁ ଖାଁ ଏକ ପାଉଁରୁଟି କାରଖାନା କରିଛନ୍ତି । ଆଜି ମଧ୍ୟାହ୍ନରେ ଏକ ନାଗ ସାପ ରୁଟି କାରଖାନାରେ ପଶିଥିଲା । ସାପଟି କାରଖାନା ମାଲିକ ଭଦ୍ରକ ଅଂଚଳର ବାବୁ ଖାଁଙ୍କ ହାତକୁ କାମୁଡି ଦେଇଥିଲା । ଫଳରେ ସେ ଆହତ ହୋଇଥିଲେ । ଏହା ଦେଖି ସମସ୍ତେ ଭୟଭିତ ହୋଇପଡିଥିଲେ । ଆମେ ଆପଣଙ୍କ ପାଇଁ ହେଲପିଂଗ ଗ୍ରୁପ ସଦସ୍ୟ ମାନେ ପହଂଚି ଯାଜପୁରରୋଡ ସାପ ଧରାଳିଙ୍କ ସହାୟତା ନେବା ପରେ ସେ ଆସି ନାଗ ସାପଟିକୁ ଉଦ୍ଧାର କରିଥିଲେ । ଅପରପକ୍ଷେ ବାବୁଙ୍କୁ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande