
ଭଦ୍ରକ, ୮ ନଭେମ୍ବର (ହି.ସ.) - ଧାମରା ବନ୍ଦର ମଧ୍ୟରେ ସ୍ଥାନୀୟ ଯୁବକ ଯୁବତୀ ଙ୍କ ନିଯୁକ୍ତି କୁ ନେଇ ଦୀର୍ଘ ଦିନ ହେବ ଅଶାନ୍ତି ଲାଗି ରହିଥିଲା। ସ୍ଥାନୀୟ ଅଂଚଳବାସୀ ଏ ନେଇ ବାରମ୍ବାର ବନ୍ଦର କର୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇ ଆସୁଥିଲେ ମଧ୍ୟ ବନ୍ଦର ପ୍ରଶାସନ ସ୍ଥାନୀୟ ଅଂଚଳ ବାସୀଙ୍କ କଥା କୁ କୌଣସି ଗୁରୁତ୍ୱ ଦେଉନଥିଲେ। ଆଜି ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ କଇଥଖୋଲା, ଦୋଷୀଙ୍ଗା, ଜାଗୁଳା, ଧାମରା, କରଂଜମାଳ, କରନପଲ୍ଲୀ ଆଦି ଅଂଚଳରୁ ଶତାଧିକ ଲୋକ ଆସି ଧାମରା ବନ୍ଦର ୩ନମ୍ବର ଫାଟକ କୁ ବନ୍ଦ କରିଦେଇଥିଲେ, ଏଥି ସହ ଧାମରା ବନ୍ଦର ର କୌଣସି କର୍ମଚାରୀ ଏବଂ ଶ୍ରମିକ ମାନଙ୍କୁ ବନ୍ଦର ଭିତରକୁ ଯିବାକୁ ଦେଇ ନଥିଲେ। ଏଠାରେ ଉଲେଖ ଯୋଗ୍ୟ ଧାମରା ବନ୍ଦର କର୍ତୃପକ୍ଷ ଏବଂ ଧାମରା ବନ୍ଦର ମଧ୍ୟରେ ଥିବା ଗ୍ୟାସ ଟରମିନାଲ ମଧ୍ୟରେକାର୍ଯ୍ୟକରୁଥିବା ଥାଇସନ, ଆଇ ଟି ଡି ସି ବାହାର ରାଜ୍ୟ ର ଶତାଧିକ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଏହି ପରିସରରେ ନିଯୁକ୍ତି ଦିଆ ଯାଉ ନାହିଁ ଫଳରେ ଦିନକୁ ଦିନ ଧାମରା ବନ୍ଦର ର ପକ୍ଷ ପାତିତା ପାଇଁ ସ୍ଥାନୀୟ ଅଂଚଳ ବାସୀ ଆଜି ସକାଳ ୭ଟା ରୁ ଧାମରା ବନ୍ଦର ଗେଟ ବନ୍ଦ ରଖିବା ସହ ଗେଟ ଆଗରେ ଧାରଣା ଦେଇଛନ୍ତି। ଧାମରା ବନ୍ଦର କର୍ତୃପକ୍ଷ ଲୋକଙ୍କୁ ବୁଝା ସୁଝା କରିବା ପାଇଁ ପ୍ରୟାସ କରିଥିବା ବେଳେ ସ୍ଥାନୀୟ ଲୋକେ ବନ୍ଦର କର୍ତୃପକ୍ଷ ଙ୍କ କଥା ଶୁଣି ନ ଥିଲେ। ପରେ ଧାମରା ଥାନା ପରିସରରେ ଏ ନେଇ ଆଲୋଚନା ହୋଇଥିଲା। ସମ୍ପୃକ୍ତ କମ୍ପାନୀ କର୍ତୃପକ୍ଷ ଏ ନେଇ ଖୁବ ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ