
ଗଂଜାମ, ୮ ନଭେମ୍ବର (ହି.ସ.)- ବ୍ରହ୍ମପୁରର ଓକିଲ ପୀତବାସ ପଣ୍ଡାଙ୍କ ହତ୍ଯାପରେ ଏହି ମାମଲାକୁ କୋର୍ଟରୁ ହଟାଇନେବାକୁ ଓ ଏହା ନକଲେ ଉଭୟ ମାଆ ଓ ପୁଅକୁ ହତ୍ୟା କରାଯିବ ବୋଲି ଦୁଇଟି ଫୋନ କଲ ଆସିଛି। ଏହାପରେ ପୀତବାସଙ୍କ ସାନଭାଇ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ସ୍ଵର୍ଗତ ପୀତବାସଙ୍କ ପତ୍ନୀ ଓ ପୁଅ ଭୟଭୀତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ବୋଲି ଆଜି ତାଙ୍କ ପତ୍ନୀ ପ୍ରେସମିଟ କରି ବିବୃତି ଦେଇ ପୁଲିସ ତାକଂର ନିରାପତ୍ତା ବ୍ଯବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ପୁଲିସ୍ ପକ୍ଷରୁ ତାଙ୍କୁ ଆଶ୍ୱସନା ଦିଆଯାଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ