
ସମ୍ବଲପୁର, ୦୮ ନଭେମ୍ବର (ହି.ସ.) ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିଚାଳନା ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଆଶୋକ ଭୋଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଏଥର ସମ୍ବଲପୁରରୁ ରାମେଶ୍ଵରମ-ମଦୁରାଇ ଅଭିମୁଖେ ଡିସେମ୍ବର ୧୨ ତାରିଖରେରୁ ଯାତ୍ରା ଆରମ୍ଭ ହେବ । ସମ୍ବଲପୁରରୁ ସମୁଦାୟ ୭୭୫ ଯାତ୍ରୀଙ୍କ ପାଇଁ ସମ୍ବଲପୁରରେ ରହଣୀ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ସୂଚନାନୁଯାୟୀ ଯାତ୍ରୀ ମାନଙ୍କ ପାଇଁ ଖାଦ୍ଯ, ପାନୀୟ, ଆଶ୍ରୟସ୍ଥଳୀ ଏବଂ ପ୍ରାଥମିକ ଚିକିତ୍ସା ସେବା ର ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ର ପାନ୍ଥନିବାସ ଠାରେ ସମ୍ବଲପୁର ଜିଲ୍ଲା ର ୮୯ ଜଣ ଯାତ୍ରୀ, ସମ୍ବଲପୁର ର ମାରୱାଡି ପଞ୍ଚାୟତି ଧର୍ମଶାଳା ଠାରେ ଅନୁଗୁଳ ର ୧୦୯ ଓ ବରଗଡ ର ୧୨୭ ଜଣ ଯାତ୍ରୀ ଙ୍କ ପାଇଁ, ସମ୍ବଲପୁର ର ରେଲୱେ କମ୍ୟୁନିଟି ହଲ ଠାରେ ଝାରସୁଗୁଡ଼ା ର ୫୦, ସୁନ୍ଦରଗଡ଼ ର ୧୮୦, ସୁବର୍ଣ୍ଣପୁର ର ୫୨,ଦେଓଗଡ଼ ର ୨୭ ଜଣ ଯାତ୍ରୀ ଙ୍କ ପାଇଁ, ସମ୍ବଲପୁର ର ମାରୱାଡି ସେବା ସଦନ ଠାରେ ବଲାଙ୍ଗୀର ଜିଲ୍ଲା ର ୧୪୧ ଜଣ ଯାତ୍ରୀ ଙ୍କ ପାଇଁ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ