

ବଲାଙ୍ଗିର, 8 ନଭେମ୍ବର (ହି.ସ.) - ବଲାଙ୍ଗିର ଜିଲ୍ଲା କୃଷି ବିଭାଗ ଦ୍ଵାରା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ “ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୫” ପାଳିତ ହୋଇଯାଇଛି । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଧୀରେନ୍ଦ୍ର ସିଂହ ବରିହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଦେବକୀ ସାହୁ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ମାନନୀୟ ଉପ ମୁଖ୍ୟମନ୍ତ୍ରୀଙ୍କ ନୋମିନି (ମନୋନୀତ) ଶ୍ରୀ ମାଧବ କୁମାର ସା, ଆଞ୍ଚଳିକ କୃଷି ସଂପ୍ରସାରଣ କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀ ସୁଧାକର ନନ୍ଦ, ଉପ ନିର୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା କୃଷି ଅଧିକାରୀ ଟିଟିଲାଗଡ ଓ ପାଟଣାଗଡ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଶ୍ରୀ ଅନ୍ନ ଅଭିୟାନ କାର୍ଯ୍ୟକ୍ରମ ତରଫ ରୁ ପ୍ରତିବର୍ଷ ଏହି ମାଣ୍ଡିଆ ଦିବସ ଜିଲ୍ଲା ସ୍ତରରେ ପାଳିତ ହୋଇଆସୁଛି । ଚଳିତ ବର୍ଷ ମାଣ୍ଡିଆ ଦିବସ ର ମୁଖ୍ୟ ପ୍ରସଙ୍ଗ “କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣ ରେ ମହିଳାଙ୍କ ଭୂମିକା” ରଖାଯାଇଛି । ଏହି ଅବସର ରେ ଜିଲ୍ଲାର ଶ୍ରେଷ୍ଠ ମାଣ୍ଡିଆ ଚାଷୀ ଭାବେ ବେଲପଡା ବ୍ଲକ ର ଶ୍ରୀମତୀ କୁନ୍ତଳା ଧରୁଆ ଏବଂ ଲଘୁ ଶସ୍ୟ ଓ ବିଲୁପ୍ତ ପ୍ରାୟ ଅନ୍ୟାନ୍ୟ ଫସଲ ର ଶସ୍ୟ ଓ ଖାଦ୍ୟ ସଂରକ୍ଷଣ ପାଇଁ ମୁରିବାହଲ ବ୍ଲକ ର ଶ୍ରୀମତୀ ଯଶୋଦା ଭୁଏ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ କୃଷକ ଉତ୍ପାଦକ ସଂସ୍ଥା ହିସାବରେ ମୁରିବାହଲ ସ୍ଥିତ ଆଶା ମିଲେଟ କୃଷକ ଉତ୍ପାଦକ ସଂସ୍ଥା, ଶ୍ରେଷ୍ଠ ସହଯୋଗୀ ସଂସ୍ଥା ହିସାବରେ ୱାସିଡ଼ିଏ, ବେଲପଡା, ଶ୍ରେଷ୍ଠ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ହିସାବରେ ମୁରିବାହାଲ ର ରାଧାରାଣୀ ସ୍ଵୟଂ ସହାୟକ ଗୋଷ୍ଠୀ କୁ ପୁରସ୍କୃତ କରାଯାଇଥିଲା । ଏହି ଅବସର ରେ ମିଲେଟ ଜାତୀୟ ଶସ୍ୟର ଉପକାରିତା ବିଷୟରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଅନ୍ନ ଅଭିୟାନ ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀମତୀ ସୁନନ୍ଦା ସାହୁ ପରିଚାଳନା କରିଥିଲେ ଏବଂ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ