
ସମ୍ବଲପୁର, ୦୮ ନଭେମ୍ବର(ହି.ସ.) – ଜନୈକା ନାବାଳିକା ପ୍ରତି ହୋଇଥିବା ଦୁଷ୍କର୍ମ ମାମଲାର ବିଚାର କରି ସମ୍ବଲପୁର ସ୍ୱତନ୍ତ୍ର ପୋକ୍ ସୋ କୋର୍ଟ ବିଚାରପତି ଅଭିଳାଶ ସେନାପତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅଭିଯୋଗରେ ନିକ୍ତିମାଳ ଗ୍ରାମର କାମୁକ ହରେକୃଷ୍ଣ ନାଏକ(୧୯)କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୧ବର୍ଷ ଦଣ୍ଡାଦେଶ କରିଛନ୍ତି। ସେହିପରି ନାବାଳିକା ପୀଡିତାଙ୍କୁ ୭ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ନିକ୍ତିମାଲ ଗ୍ରାମରେ ଗତ ୨୦୨୨ ଏପ୍ରିଲ ୩୦ ତାରିଖ ଅପରାହ୍ନ ସାଢେ ୨ଟାରେ ୩ ବର୍ଷିୟା ନାବାଳିକା ଜଣକ ଜଣେ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ଏହି ଭୋଜିରେ ଅଭିଯୁକ୍ତ ହରେକୃଷ୍ଣ ନାବାଳିକାକୁ ଏକାକୀ ପାଇ ଚାରଫଳ ଖାଇବାକୁ ଚାଲ୍ କହି ପାଖ ଜଙ୍ଗଲକୁ ନେଇଥିଲା। ସେଠାରେ ବଳପୂର୍ବକ ଯେନତେନ ପ୍ରକାରେ ଦୁଷ୍କର୍ମ କରିବା ପରେ ନାବାଳିକାକୁ ପୁଣି ଭୋଜି ନିକଟରେ ଛାଡ଼ି ଚାଲି ଯାଇଥିଲା। ଅଭିଯୁକ୍ତ ଯୁବକ ସହ ନିଜ ଝିଅକୁ ଦେଖି କୁଆଡ଼େ ଯାଇଥିଲୁ ବୋଲି ମାଆ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ନାବାଳିକା ଜଣଙ୍କ ନିଜ ପ୍ରତି ଘଟିଥିବା ନିର୍ଯ୍ୟାତନା ସମ୍ପର୍କରେ ସବୁକିଛି କହିବା ପରେ ପୀଡିତାଙ୍କ ପରିବାର ଲୋକେ ୨୦୨୨ ସେ ମାସ ୦୧ ତାରିଖରେ ଘଟଣା ସମ୍ପର୍କରେ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏସମ୍ପର୍କରେ ୭୪/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପରବର୍ତୀ ସମୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା କରିବା ପରେ ଧାର୍ଯ୍ୟ ସମୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ସ୍ପେଶାଲ ଜିଆର କେଶ ନମ୍ବର-୬୩/୨୨ରେ ଏହି ମାମଲାକୁ କୋର୍ଟରେ ବିଚାର କରାଯାଇଥିଲା। ମୋଟ ୨୫ ଜଣଙ୍କ ସାକ୍ଷ୍ୟ ଓ ବୟାନକୁ ଭିତି କରି କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ