ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ
କେନ୍ଦୁଝର, ୮ ନଭେମ୍ବର (ହି.ସ.)- ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଉପରଡିହା ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର ସଭାପତି ଚକ୍ରଧର ବଳଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ସବ୍‌ ଡିଭିଜିନାଲ ପୋଲିସ ଅଫିସର ବିଜୟ କୃଷ୍
ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ


କେନ୍ଦୁଝର, ୮ ନଭେମ୍ବର (ହି.ସ.)- ଅବସରପ୍ରାପ୍ତ କର୍ମଚାରୀ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଉପରଡିହା ଗ୍ରାମପଞ୍ଚାୟତର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର ସଭାପତି ଚକ୍ରଧର ବଳଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ସବ୍‌ ଡିଭିଜିନାଲ ପୋଲିସ ଅଫିସର ବିଜୟ କୃଷ୍ଣ ମହାପାତ୍ର, ତରା ଭାଗବତ ଟୁଙ୍ଗିର ମୁଖ୍ୟ ପୁରୋଧା ବୈଦ୍ୟନାଥ ବ୍ରହ୍ମଚାରୀ, ସ୍ବତନ୍ତ୍ର ଅତିଥି ରୂପେ ହରିଚନ୍ଦନପୁର ଅବସରପ୍ରାପ୍ତ ସଂଘର ସଭାପତି ଗୋବର୍ଦ୍ଧନ ମହାନ୍ତି ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରି ବରିଷ୍ଠ ସଦସ୍ୟ ମାୟାଧର ବାରିକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅବସରପ୍ରାପ୍ତ କର୍ମଚାରୀ ମାନେ ଚର୍ଯା ଅମୃତମୟ ଜୀବନରେ ରୂପାନ୍ତରିତ ହେଉ ବୋଲି ଅତିଥି ତଥା ବରିଷ୍ଠ ସଦସ୍ୟ ଗଣ ମତବବ୍ୟକ୍ତ କରିଥିଲେ।

ପୂର୍ବାହ୍ନରେ ବରିଷ୍ଠ ସଦସ୍ୟ ମଦନମୋହନ ରାଉତଙ୍କ ନେତୃତ୍ୱରେ ସଂଘ ତରଫରୁ ଘଟଗାଁ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ଜଗତଜନନୀ ମା ତାରିଣୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ଦୀପ ପ୍ରଜ୍ବଳନ କରି ସଭାଟିକୁ ଉଦଘାଟନ କରିଥିବା ବେଳେ ଚକ୍ରଧର ପଲେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରସନ୍ନ କୁମାର ନାୟକ ସ୍ବାଗତ ଭାଷଣ ଦେବା ସହ ସଂପାଦକ ନରୋତ୍ତମ ବାରିକ ସଂଘର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ କର୍ମଚାରୀ ସ୍ବର୍ଗତ ରାମଚନ୍ଦ୍ର ନାୟକଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ବିଶ୍ବନାଥ ବେଜ ଧନ୍ୟବାଦ ଅର୍ପଣ କରିଥିଲେ।

ମଞ୍ଚ ସଂଯୋଜନା କରିଥିଲେ ବାବୁଲାଲ ପଲେଇ । ସଦସ୍ୟ ଶେଷଦେବ ସାହୁ, ପ୍ରସନ୍ନ କୁମାର ବେହେରା, ଅନନୁ ସାହୁ, ସନାତନ ସାହୁ, ସନ୍ତୋଷ କୁମାର ପତି, ପ୍ରସନ୍ନ କୁମାର ବାରିକ, କ୍ଷୀରୋଦ ବେହେରା, ଗଣେଶ୍ବର ରାଉତ, ବ୍ରଜ ବଳ ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ ବାର୍ଷିକୋତ୍ସବରେ ଘଟଗାଁ ବ୍ଲକ୍ ର ବିଭିନ୍ନ ଅଞ୍ଚଳରୁ ୭୦ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande