ପୂର୍ବତନ ବିଧାୟକ ସ୍ଵର୍ଗତ କୁନ୍ଦୁରୁ କୁଶଳଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ
ସୁବର୍ଣ୍ଣପୁର, ୮ ନଭେମ୍ବର (ହି.ସ.)- ସୋନପୁରର ପୂର୍ବତନ ବିଧାୟକ ତଥା ସୋନପୁରର ବାଇମୁଣ୍ଡି କୁହାଯାଉଥିବା ସ୍ୱର୍ଗତ କୁନ୍ଦୁରୁ କୁଶଳଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଆଜି ସ୍ଥାନୀୟ କୁଞ୍ଜ ଛକ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳେ ପ୍ରଥମେ ବ୍ଲକ ଛକ ଠାରୁ କୁଞ୍ଜ ଛକ ଯାଏ ଏକ ମାରାଥନ ପ୍ରତିଯୋଗି
ପୂର୍ବତନ ବିଧାୟକ ତଥା ସୋନପୁର ର ବାଇମୁଣ୍ଡି କୁହା ଯାଉଥିବା ସ୍ୱର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ


ପୂର୍ବତନ ବିଧାୟକ ତଥା ସୋନପୁର ର ବାଇମୁଣ୍ଡି କୁହା ଯାଉଥିବା ସ୍ୱର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ


ସୁବର୍ଣ୍ଣପୁର, ୮ ନଭେମ୍ବର (ହି.ସ.)- ସୋନପୁରର ପୂର୍ବତନ ବିଧାୟକ ତଥା ସୋନପୁରର ବାଇମୁଣ୍ଡି କୁହାଯାଉଥିବା ସ୍ୱର୍ଗତ କୁନ୍ଦୁରୁ କୁଶଳଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଆଜି ସ୍ଥାନୀୟ କୁଞ୍ଜ ଛକ ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ସକାଳେ ପ୍ରଥମେ ବ୍ଲକ ଛକ ଠାରୁ କୁଞ୍ଜ ଛକ ଯାଏ ଏକ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପରେ ସ୍ୱର୍ଗତ କୁଶଳଙ୍କ ପ୍ରତିମୂର୍ତ୍ତିରେ ବରେଣ୍ୟ ଅତିଥି ଓ ଶହ ଶହ ଶୁଭେଚ୍ଛୁ ଧୂପ ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ଓ କୁନ୍ଦୁରୁ କୁଶଳ ଅମର ରହେ ମୋର୍ ସୋନପୁର ମୋତେ ସୁନ୍ଦର୍ ନାରା ଦେଇଥିଲେ l ପରେ ଏଠାରେ ଏକ ସଭାର ଆୟୋଜନ କରାଯାଇଥିଲା l ଏଠାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗଦେଇ ଶ୍ରୀ କୁଶଳ କେବଳ ଯେ ଏକ ଅପ୍ରତିଦ୍ଵନ୍ଦୀ ନେତା ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ, ନିଜ ମାଟିକୁ ଓ ଗରିବଙ୍କୁ ଭଲ ପାଉଥିଲେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରମିକ ନେତା ଗୋବିନ୍ଦ ମହାରଣା, ପ୍ରାଧ୍ୟାପକ ଡ଼ଃ. ସୌରଭ ରଞ୍ଜନ ଖମାରୀ ଯୋଗଦେଇ ଶ୍ରୀ କୁଶଳଙ୍କ ସ୍ମୃତି ଚାରଣ କରିଥିଲେ l ଜଣେ ଅପାଠୁଆ ହୋଇ ବି ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ଓ ଓଡ଼ିଶାର ପରିଚିତ ନେତା ଭାବେ ଆଗୁଆ ଥିଲେ l ଓ ତାଙ୍କ ସବୁ ସ୍ମୃତିକୁ ସାଉଁଟି ଆଗାମୀ ଦିନରେ ଏକ ସ୍ମରଣିକା ପ୍ରକାଶ କଲେ ଓ ଓଡ଼ିଶାର ପ୍ରତି ଲାଇବ୍ରେରୀରେ ପହଞ୍ଚାଇଲେ ରାଜ୍ୟର ସବୁ ଛାତ୍ର ଛାତ୍ରୀ ସଧାରଣ ଲୋକେ ତାଙ୍କୁ ଜାଣି ପାରିବେ ବୋଲି ଡଃ ଖମାରୀ କହିଥିଲେ l ସାହିତ୍ୟରେ ଇତିହାସରେ ସେ ନ ରହିଲେ ବି ଶ୍ରଦ୍ଧାରେ ଅନ୍ତରରେ ସମସ୍ତେ ମନେ ରଖିବା ଭଳି ଜଣେ ଅସାଧାରଣ ମଣିଷ ଶ୍ରୀ କୁଶଳ ବୋଲି ଶ୍ରୀ ମହାରଣା ପ୍ରକାଶ କରିଥିଲେ ଓ ରାସ୍ତାରେ ନିଜେ ପିଚୁ ଢାଳିବା ଠୁ ଆରମ୍ଭ କରି ବିଜୁ ବାବୁଙ୍କ ଗୋଡ଼ ଧରି ମହାନଦୀ ବ୍ରିଜ୍ ଓ ସୋନପୁର ଅଞ୍ଚଳର ଅନେକ ଐତିହାସିକ କାର୍ଯ୍ଯ ହାସଲ କରିଥିଲେ ଶ୍ରୀ କୁଶଳ ବୋଲି କହିଥିଲେ l ଜିଲ୍ଲା ଗଠନରେ ଶ୍ରୀ କୁଶଳଙ୍କ ଭୂମିକା ଅବିସ୍ମରଣୀୟ ଓ ସାରା ଓଡ଼ିଶାର ଲୋକେ ବିଧାୟକ ଶ୍ରୀ କୁଶଳଙ୍କୁ ଥରେ ଦେଖିବାକୁ ତାଙ୍କ କଥା ଟିକେ ଶୁଣିବାକୁ ଉତ୍କଣ୍ଠାର ସହ ଚାହୁଁଥିଲେ ବୋଲି ଅତିଥି ଶ୍ରୀ ମଲ୍ଲିକ କହିଥିଲେ l ଆଦିବାସୀ ହରିଜନ ଶ୍ରମିକଙ୍କୁ ସଂଗଠିତ କରାଇବାରେ, ସୋନପୁରରୁ ଭୁବନେଶ୍ୱର ଯିବାକୁ ଲୋକଙ୍କ ପାଇଁ ସରକାରୀ ବସ ରେ ସିଟ୍କୋଟା ପାଇଁ ଆନ୍ଦୋଳନ କରି କାମ ହାସଲ କରିବାରେ ଓ ଫୁଲବାଣୀ ସାଂସଦ କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ପ୍ରସାରରେ ଶ୍ରୀ କୁଶଳଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ବୋଲି ଅତିଥି ଶ୍ରୀ ସ୍ବାଇଁ କହିଥିଲେ l

ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ସମସ୍ତ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାକୁ କୋଶଳ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ଵାଗତ କରିଥିଲେ l ଇଂରାଜୀ ପ୍ରଧ୍ୟାପକ ମଦନ ସୁନ୍ଦର ଖେତୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ମାରାଥନ ଦୌଡ଼ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande