
ଜୟପୁର, 8 ନଭେମ୍ବର (ହି.ସ.)ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଆଜି ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ଚଢାଉ କରାଯାଇଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୬ ହଜାର ଲିଟର ପୋଚ ଓ ୩୫୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରାଯାଇଛି । ଏହି ଚଢାଉରେ ଅବକାରି ନିରିକ୍ଷକ ଶଶି କାନ୍ତ ଦତ୍ତ, ଚନ୍ଦ୍ର ଶେଖର ପଢିହାରି ,ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି