ବିଦ୍ୟାଳୟରେ ତାଲା ଦେଲେ ଗ୍ରାମବାସୀ ,ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା , ପାଠପଢାରେ ବାଧାପ୍ରାପ୍ତ
ଜୟପୁର, 8 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡପଦର ଗ୍ରାମପଞ୍ଚାୟତର ସଦର ଗ୍ରାମ ଠାରେ ଆଜି ସ୍ଥାନୀୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କିଛି ଗ୍ରାମବାସୀ ମାନେ ତାଲା ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏହିପରି ଅପ୍ରିତିକରର ପରିସ୍ଥିତ ସୃଷ୍ଟି ହୋଇଥିଲ
ବିଦ୍ୟାଳୟରେ ତାଲା ଦେଲେ  ଗ୍ରାମବାସୀ ,ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା , ପାଠପଢାରେ ବାଧାପ୍ରାପ୍ତ


ଜୟପୁର, 8 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡପଦର ଗ୍ରାମପଞ୍ଚାୟତର ସଦର ଗ୍ରାମ ଠାରେ ଆଜି ସ୍ଥାନୀୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କିଛି ଗ୍ରାମବାସୀ ମାନେ ତାଲା ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏହିପରି ଅପ୍ରିତିକରର ପରିସ୍ଥିତ ସୃଷ୍ଟି ହୋଇଥିଲା । ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କୁ ଜୟପୁର ଇରିଗେସନ କୋଲନୀ ଅପର କୋଲାବ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ବଦଳୀ କରାଯାଇଛି । କିନ୍ତୁ ଗ୍ରାମବାସୀ ତଥା ଅବିଭାବକ ମାନେ ଆଗାମୀ ଦିନରେ ପରୀକ୍ଷା ରହିଥିବା ବେଳେ ଶିକ୍ଷୟତ୍ରୀଙ୍କୁ ହଠାତ ବଦଳୀକୁ ନେଇ ଅସନ୍ତୋଷ ପ୍ରକୋଟ କରିବା ସହ ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ଦେବା ସହିତ ଛାତ୍ରଛାତ୍ରୀ ମାନେ ଫାଟକ ସମ୍ମୁଖରେ ଧାରଣା ଦେଇ ବସିବା ସହତ ତୁରନ୍ତ ଶିକ୍ଷୟତ୍ରୀଙ୍କ ଡେପୁଟେସନ ବାତିଲ କରିବାକୁ ଦାବି କରିଥିଲେ । ଏହିପରି ଆଜି ସକାଳୁ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀ ବିଦ୍ୟାଳୟକୁ ଯାଇଥିଲେ ବାହାର ଫାଟକରେ ତାଲା ଦିଆଯାଇଥିବା ଯୋଗୁଁ ଭିତରେ ରହିଥିବା ଅନ୍ୟାରାସ୍ତାରେ ବିଦ୍ୟାଳୟ ଭିତରେ ପ୍ରବେଶ କରିଥିଲେ । ଏହିପରି ଅପ୍ରିତିକର ପରସ୍ଥିତିକୁ ନେଇ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡାଙ୍କ ଠାରୁ ବ୍ଲକ ଶିକ୍ଷାଅଧିକାରୀ ଚନ୍ଦନ କୁମାର ନାୟକ ସୂଚନା ପାଇବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଆନ୍ଦୋଳନ କରୁଥିବା ଗ୍ରାମବାସୀ ଶିକ୍ଷୟତ୍ରୀଙ୍କ ଡେପୁଟେସନ ନିର୍ଦ୍ଦେଶ ତୁରନ୍ତ ବାତିଲ କରିବା ସହିତ ପ୍ରଧାନଶିକ୍ଷକ ଯୋଗୁଁ ବିଦ୍ୟାଳୟରେ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହେଉଥିବା ନେଇ ଅଭିଯୋଗ କରିଥିଲେ । ଏହିପରି ଗତ ଦିନରେ ବିଦ୍ୟାଳୟ ପରିସରରେ ଦୁଇଟି ଗଛ କଟାଯାଇଥିବା ବେଳେ ଏହାର ହିସାବ କିତାବ ଦେବାକୁ ଦାବି କରିଥିଲେ । ସେହିପରି ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଅନ୍ୟ ମାନଙ୍କୁ ଉପଯୁକ୍ତ ବ୍ୟବହାର କରୁନାହାଁନ୍ତି ବୋଲି ଆନ୍ଦୋଳନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଥିନେଇ ଲିଖିତ ଭାବେ ଦେବାକୁ ବିଇଓ ଶ୍ରୀ ନାୟକ ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ । ଏହିପରି ସୁକାଳ ୭ଟା ଠାରୁ ମଧ୍ୟାହ୍ନ ସାଢେ ୧୧ ଟା ପର୍ଯ୍ୟନ୍ତ ଏହିପରି ଫାଟକରେ ତାଲା ପକାଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଆଜି ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ସମସ୍ୟା ସୃଷ୍ଟି ହୋଇଥିଲା । ଏହିପରି ଶେଷରେ ଗ୍ରାମବାସୀ ମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପତ୍ରକୁ ନେଇ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ନାୟକ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି । ଏହି ଅଭିଯୋଗପତ୍ର ନେଇ ଆସନ୍ତା ସୋମବାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ ପରେ ଗ୍ରାମାବାସୀଙ୍କ ଅଭିଯୋଗକୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ଏହାପରେ କୌଣସି ପଦକ୍ଷପ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା କହିଛନ୍ତି ଯେ, ସଂପୃକ୍ତା ଶିକ୍ଷୟତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶ କ୍ରମେ ପ୍ରଶାସନିକ ବ୍ୟବସ୍ଥା ଅନୁଯାୟୀ ଜିଲ୍ଲାପାଳ ଜୟପୁର ସହରର ଇରିଗେସନ କୋଲନୀ ଉଚ୍ଚ ବିଦ୍ୟାଳୟକୁ ଡେପୁଟିସେନ ଭାବେ ବଦଳୀ କରିଛନ୍ତି । ତେଣୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଶିକ୍ଷୟତ୍ରୀଙ୍କୁ ରିଲିଭ କରାଯାଇଛି । ଅନ୍ୟପକ୍ଷରେ ଗତ ୨୦୨୩ ମସିହାରେ ବିଦ୍ୟାଳୟ ଛାତ୍ରାବାସ ଉପରେ ଦୁଇଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଗଛକୁ ବିଭାଗୀୟ ଅଧିକାରୀ ଏବଂ ବନ ବିଭାଗକୁ ଅବଗତ କରାଯିବା ପରେ ସ୍ଥାନୀୟ ଜଣେ ଲୋକଙ୍କୁ ଗଛ କାଟିବାକୁ ଦିଆଯାଇଥିଲା ଏବଂ ଉକ୍ତ ବ୍ୟକ୍ତି ନିଜସ୍ବ ଖର୍ଚ୍ଚରେ ଗଛକାଟି ପରିବହନ କରି ନେଇଥିଲେ । କିନ୍ତୁ ଏହାର ଶାଖାପ୍ରଶାଖାକୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଖାଦ୍ୟ ପାଇଁ ରନ୍ଧନ ପାଇଁ ବ୍ୟବହାର କରାଯାଉଛି । ସ୍ଥାନୀୟ ୨ରୁ ୩ ଜଣ ଗ୍ରାମବାସୀ ଷଡଯନ୍ତ୍ର କରିବା ସହିତ ବିଦ୍ୟାଳୟରେ ତାଲାଦେଇ ଏହିପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande