
ନୂଆପଡା/ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ଖରିଆର ରୋଡ଼ ନଗର କଂଗ୍ରେସର ପୂର୍ବତନ ସଭାପତି ତଥା ବର୍ତମାନର ବିଜେଡ଼ି ନେତା ମହମ୍ମଦ ଜୁନେଦଙ୍କ ଘରେ ନିର୍ବାଚନ କମିଶନଙ୍କ ସ୍ପେଶଲ୍ ସ୍କ୍ୱାର୍ଡ ଓ ଆୟକର ବିଭାଗର ରେଡ୍ କରିଛି ।
ନୂଆପଡ଼ା କଂଗ୍ରେସର ଜଣେ ଟାଣୁଆ ସଂଖ୍ୟାଲଘୁ ନେତା ଭାବେ ଜଣାଶୁଣା ତଥା ଖରିଆର ରୋଡ଼ ନଗର କଂଗ୍ରେସର ପୂର୍ବତନ ସଭାପତି ମହମ୍ମଦ ଜୁନେଦ ଗତ କାଲି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ।
ଖରିଆର ରୋଡ଼ ଏନଏସିରେ ବିଜେଡ଼ିର ଟଙ୍କା କାରବାର ମହମ୍ମଦ ଜୁନେଦଙ୍କ ଘରେ ହେଉଥିବାର ଖବର ପାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ସ୍କ୍ୱାର୍ଡ ଓ ଆୟକର ବିଭାଗର ରେଡ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା