ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ଗୁରୁତ୍ଵପୂର୍ଣ୍ଣ ବୈଠକ
ଜୟପୁର, ୮ ନଭେମ୍ବର (ହି.ସ.)- ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସଙ୍କ ଆହ୍
ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ର ଗୁରୁତ୍ୱପୂର୍ଣ୍ଣ ବୈଠକ


ଜୟପୁର, ୮ ନଭେମ୍ବର (ହି.ସ.)- ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅଣଗେଜେଟେଡ୍ କର୍ମଚାରୀ ଯୋଗଦାନ କରିଥିଲେ l କର୍ମଚାରୀ ମାନଙ୍କର ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା lଏଥି ପୂର୍ବରୁ ଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ୧୦ ଦଫା ଦାବି ପୁରଣ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଏହା ବିଭିନ୍ନ ଖବରକାଗଜରେ ପ୍ରଚାର ପ୍ରସାର ହୋଇଥିବା ଶ୍ରୀ ଦାଶ୍ ସୂଚନା ଦେଇଥିଲେ l ଏହି ଦାବି ଗୁଡ଼ିକ ନ୍ୟାୟ ସଙ୍ଗତ ବୋଲି ଶ୍ରୀ ଦାଶ୍ ପ୍ରକାଶ କରିଛନ୍ତି l ସରକାରଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉନାହିଁ ବୋଲି ଶ୍ରୀ ଦାଶ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ lଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟରେ ଅନ୍ତତଃ ପକ୍ଷେ ୨ ଜଣ ଶିକ୍ଷକ ନିଯୁକ୍ତ ହେବା କଥା କିନ୍ତୁ କୋରାପୁଟ ଜିଲ୍ଲାରେ ବହୁ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି ଯଦ୍ବାରାକି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଚାପଗ୍ରସ୍ତ ହୋଇ ରହୁଛନ୍ତି l ସ୍ବାସ୍ଥ୍ୟଗତ ସମସ୍ୟା ନେଇ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ଆବେଦନକୁ ଗ୍ରହଣ କରାଯାଇନାହିଁ ଏପରିକି ସେଠାରେ କ୍ୟାନ୍ସର ପୀଡ଼ିତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି l ନିର୍ଦେଶକ ପ୍ରାଥମିକ ଶିକ୍ଷା ଓଡ଼ିଶା ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ ଯେ, ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କର୍ମାନ୍ତର ପ୍ରେରଣ ହୋଇ ଆସି ଯେଉଁ ବିଦ୍ୟାଳୟରେ କାର୍ଯ୍ୟରତ ସେମାନଙ୍କୁ ସେହି ବିଦ୍ୟାଳୟକୁ ବଦଳି କରି ଆଣିବା, ସେହି ଆଦେଶର ମଧ୍ୟ କାର୍ଯ୍ୟକାରୀ ହୋଇ ନଥିବା ଶ୍ରୀ ଦାଶ ସୂଚନା ଦେଇଥିଲେ l ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରିବା ପାଇଁ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କନିଷ୍ଠ ସହାୟକ ପଦବୀକୁ ପଦୋନ୍ନତି ଦେବା ନିମନ୍ତେ ମଧ୍ୟ ସ୍ମାରକ ପତ୍ରରେ ଉଲ୍ଲେଖ ଥିବା ଶ୍ରୀ ଦାଶ ପ୍ରକାଶ କରିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ lଏ ନେଇ ରାଜ୍ୟ ନିର୍ଦେଶକ ପ୍ରାଥମିକ ଶିକ୍ଷାଙ୍କୁ ଅବଗତ କରାଇବା ପାଇଁ ଉପସ୍ଥିତ କର୍ମଚାରି ମତ ଦେଇଥିଲେ, ତା ୨୩.୧୧.୨୦୨୫ ରିଖ ଦିନ ଜୟପୁରରେ ଏକ ସମାବେଶର ଆୟୋଜନ କରିବା ନିମନ୍ତେ ଉପସ୍ଥିତ କର୍ମଚାରି ମତ ଦେଇଥିଲେ l ଉକ୍ତ ସମାବେଶରେ ରାଜ୍ୟ ନେତୃବୃନ୍ଦ ଓ ସମସ୍ତ ଜିଲ୍ଲାର ନେତୃବୃନ୍ଦ ଯୋଗଦାନ କରିବା ସହିତ କର୍ମଚାରି ମାନଙ୍କର ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ନେଇ ଶ୍ରୀ ଦାଶ୍ ସୂଚନା ଦେଇଥିଲେ lବୈଠକରେ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ମହେଶ୍ୱର ମିଶ୍ର, ବରିଷ୍ଠ ସଦସ୍ୟ କିରଣ ମହାରଣା, ଶ୍ରୀଧର ମହାପାତ୍ର, ଅଜୟ କୁମାର ପ୍ରଧାନ, ସିମାଞ୍ଚଳ ବିଷୋୟୀ, କିରଣ କୁମାର କନ୍ଧପାଣ, ମାଣ୍ଡିଆ ସୁବାସ, ନରସିଂହ ସାବତଙ୍କ ସମେତ ବହୁ କର୍ମଚାରି ଯୋଗଦାନ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande