ଇନ୍ଦ୍ରପ୍ରସ୍ଥ ଡ୍ରେନ ନିର୍ମାଣରେ ଅନିୟମିତତା : ସଲାସୁତରାରେ ଅନୁଦାନ ଟଙ୍କା ହଡପ ପାଇଁ ଯୋଜନା
ଚମ୍ପୁଆ, ୮ ନଭେମ୍ବର (ହି.ସ.)- ଇନ୍ଦ୍ରପ୍ରସ୍ଥ ଗ୍ରାମ ମହାନ୍ତ ସାହିରେ ହେଉଥିବା ସଂଯୋଗୀକରଣ ଡ୍ରେନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଚାଲିଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିୟମକୁ ଉଲଂଘନ କରି ବିନା ଫଳକରେ ଠିକାଦାର ନିମ୍ନମାନର କାମ କରୁଥିଲେ ମଧ୍ୟ କାର୍ଯ୍ୟ ତଦାରଖ କରିବାକୁ ବିଭାଗୀୟ
ଇନ୍ଦ୍ରପ୍ରସ୍ଥ ଡ୍ରେନ ନିର୍ମାଣରେ ଅନିୟମିତତା : ସଲାସୁତରାରେ ଅନୁଦାନ ଟଙ୍କା ହଡପ ପାଇଁ ଯୋଜନା


ଚମ୍ପୁଆ, ୮ ନଭେମ୍ବର (ହି.ସ.)- ଇନ୍ଦ୍ରପ୍ରସ୍ଥ ଗ୍ରାମ ମହାନ୍ତ ସାହିରେ ହେଉଥିବା ସଂଯୋଗୀକରଣ ଡ୍ରେନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଚାଲିଥିବା ଦେଖିବାକୁ ମିଳିଛି। ସରକାରଙ୍କ ନିୟମକୁ ଉଲଂଘନ କରି ବିନା ଫଳକରେ ଠିକାଦାର ନିମ୍ନମାନର କାମ କରୁଥିଲେ ମଧ୍ୟ କାର୍ଯ୍ୟ ତଦାରଖ କରିବାକୁ ବିଭାଗୀୟ ଅଧିକାରୀଙ୍କ ପାଦ ପଡୁନାହିଁ। ଯାହା ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି।

ସୂଚନା ଅନୁସାରେ, ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପଶି ପଞ୍ଚାୟତ ଇନ୍ଦ୍ରପ୍ରସ୍ଥ ଗ୍ରାମର ମହାନ୍ତ ସାହି ରାସ୍ତା ଦୁଇ କଡରେ ଥିବା ଡ୍ରେନକୁ ସଂଯୋଗ କରିବା ପାଇଁ ସାହି ଭିତରେ ଏକ ସଂଯୋଗୀକରଣ ଡ୍ରେନର ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ଡ୍ରେନ ନିର୍ମାଣ ସହିତ ଉପରେ ସ୍ଲାପ ପଡିବା କାର୍ଯ୍ୟ କରାଯାଉଥିବା ବେଳେ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ସରକାରୀ ଅନୁଦାନରେ ହେଉଥିବା ସମସ୍ତ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲାଗିବାର ନିୟମ ରହିଛି। କିନ୍ତୁ, ଏଠାରେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ବିନା ଫଳକରେ ଚାଲିଛି ଡ୍ରେନ ନିର୍ମାଣ କାର୍ଯ୍ୟ। ଏହି କାର୍ଯ୍ୟର କାର୍ଯ୍ୟାଦେଶ ଚମ୍ପୁଆ ପଞ୍ଚାୟତ ସମିତି ପକ୍ଷରୁ ଦିଆଯାଇଥିବା କୁହାଯାଉଥିବା ବେଳେ ଫଳକ ନଥିବାରୁ ଏହା କେଉଁ ବିଭାଗର କାମ, କେତେ ଟଙ୍କା ଅନୁଦାନ ଦିଆଯାଇଛି, କାର୍ଯ୍ୟାଦେଶ କେବେ କେଉଁ ଠିକାଦାରଙ୍କୁ ଦିଆଯାଇଛି କିଛି ସଠିକ ତଥ୍ୟ ମିଳି ପାରୁନାହିଁ। ତା' ସହିତ ଡ୍ରେନରେ ସଠିକ ଭାବେ ରଡ଼ ମଧ୍ୟ ବନ୍ଧା ଯାଉ ନାହିଁ। ପ୍ରାୟ ଏକ ଫୁଟ ରୁ ଅଧିକ ଦୂରତାରେ ରଡ଼ ବନ୍ଧା ଯିବା ସହିତ ଉକ୍ତ କାର୍ଯ୍ୟରେ ଅତି ନିମ୍ନମାନର ବାଲି ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ କାର୍ଯ୍ୟର ସ୍ଥାୟୀତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସୁଦେଷ୍ନା ପାତ୍ରଙ୍କୁ ଯୋଗାଯୋଗ କରିବାରୁ କାର୍ଯ୍ୟ ନିମ୍ନମାନର ହେଉଥିବା କଥାକୁ ସେ ସ୍ଵୀକାର କରିବା ସହିତ କାର୍ଯ୍ୟକୁ ବନ୍ଦ କରିବା ପାଇଁ କୁହାଯାଇଛି କହିଥିବା ବେଳେ କାର୍ଯ୍ୟକ୍ଷେତ୍ରରେ କିନ୍ତୁ ଓଲଟା ଦେଖିବାକୁ ମିଳିଛି। ଯନ୍ତ୍ରୀଙ୍କ କଥା ନ ମାନି ଅମାନିଆ ସହଯୋଗୀ ଠିକାଦାର କର୍ମଚାରୀ ମାନେ ଜେନତେନ ପ୍ରକାରେ କାର୍ଯ୍ୟ ଶେଷ କରିବାକୁ ଜୋରଦାର ଲାଗିପଡ଼ିଥିବା ଦେଖିବାକୁ ମିଳିଛି। ତେବେ ବିଭାଗୀୟ କାର୍ଯ୍ୟାଦେଶରେ କାର୍ଯ୍ୟ କରାଯାଉଥିଲେ ମଧ୍ୟ ସହଯୋଗୀ ଠିକାଦାର ମାନେ ଯନ୍ତ୍ରୀଙ୍କ କଥା ଶୁଣୁ ନଥିବା ବେଳେ ଏହି କାର୍ଯ୍ୟକୁ ସୁନାପଶି ସରପଞ୍ଚଙ୍କ ବାପା ବାଗରା ଚାତାର ଦେଖାଶୁଣା କରୁଥିବା ଜଣାପଡିଛି। ତେବେ ଖୋଦ ସରପଞ୍ଚଙ୍କ ବାପା କାର୍ଯ୍ୟ ଦେଖାଶୁଣା କରୁଥିଲେ ମଧ୍ୟ କାର୍ଯ୍ୟରେ ଅନିୟମିତତା ହେଉଥିବାରୁ ଏଥିରେ ବିଭାଗୀୟ ଅଧିକାରୀ ଓ ସହଯୋଗୀ ଠିକାଦାରଙ୍କ ସଲାସୁତରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିମିଶି ଅନୁଦାନ ଟଙ୍କାକୁ ହଡପ କରିବା ପାଇଁ ବିଧିବଦ୍ଧ ଯୋଜନା କରାଯାଇଥିବା କୁହାଯାଉଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande