
ଜୟପୁର, 8 ନଭେମ୍ବର (ହି.ସ.) କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ମହିଳା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲ୍ଲା ଗାଦବାଗୁଡା ଅଞ୍ଚଳର ଅର୍ଜୁନ ପରଜା। ମିଳିଥିବା ସୂଚନା ଅନୁଯାୟୀ ଗତ ନଭେମ୍ବର ୬ ତାରିଖରେ କୁନ୍ଦୁରା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଅଭିଯୁକ୍ତ ଜଣକୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ମହିଳା ପୁଲିସ ତଦନ୍ତ କରିବା ପରେ ଅଭିଯୁକ୍ତକୁ ଆଜି ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ମହିଳା ଥାନା ଅଧିକାରୀ ଅଶ୍ରୀତା ଖାଲକୋ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି