
ସମ୍ବଲପୁର, ୦୮ ନଭେମ୍ବର (ହି.ସ.) ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ୍ ଅଫ୍ କେମିକାଲ୍ ଇଞ୍ଜିନିୟର୍ସ (ଆଇ ଆଇ ସି ଏଚ ଇ) ଛାତ୍ର ଅଧ୍ୟାୟ, ଏନ୍ଆଇଟି, ରାଉରକେଲା ଦ୍ୱାରା ଆଇଆଇସିଏଚଇ ର ପ୍ରତିଷ୍ଠା ଦିବସ ଅବସରରେ ଏକ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ପ୍ରତିଯୋଗିତା ଯୁବ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନବୀନ ଧାରଣା, ପରିବେଶ ସଚେତନତା ଓ ଗବେଷଣା ଉତ୍ସାହକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଉରକେଲା ଓ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍କୁଲ୍ ଓ କଲେଜରୁ ୧୦ ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ। ତାଙ୍କ ମଧ୍ୟରୁ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଭିଏସଏସୟୁଟି) , ବୁର୍ଲାର ରାସାୟନିକ ଇଞ୍ଜିନିଅରିଂ ବିଭାଗର ଚାରୀ ଜଣ ଛାତ୍ରଛାତ୍ରୀ ଗୁଡୁଲି ପାତ୍ର, ଓମ୍କାର ପ୍ରସାଦ ଦାସ, ଦେବଦତ୍ତ ପାତ୍ର, କେ. ଶିବଶକ୍ତି ପାତ୍ର ୱେଷ୍ଟ ରୁ ୱେଲଥ- ଆଧାରିତ ନବୀନ ପ୍ରକଳ୍ପ ସହ ଅଂଶଗ୍ରହଣ କରିଥିଲେ। ଏହି ପ୍ରକଳ୍ପରେ ଅତ୍ୟନ୍ତ ହାନିକାରକ ଓ ବିଶ୍ୱ ତାପାୟନ ପାଇଁ ଦାୟୀ ଗ୍ୟାସ ଅଙ୍ଗାରକାମ୍ଳ ଜବକ୍ଷାରଯାନ କୁ ଉପଯୋଗ କରି ମେଥାନଲ ନାମକ ଏକ ମୂଲ୍ୟବାନ ଇନ୍ଧନ ଓ ଶିଳ୍ପୀୟ ଉତ୍ପାଦରେ ପ୍ରସ୍ତୁତି ପ୍ରକ୍ରିୟା ଉଲ୍ଲେଖ କରାଯାଇଥିଲା। ଏହି ପରିବେଶ-ଅନୁକୂଳ ପଦ୍ଧତି ରେ ଶିଳ୍ପୀୟ ଅବଶିଷ୍ଟକୁ ଉପଯୋଗୀ ଉତ୍ପାଦରେ ରୂପାନ୍ତରିତ କରିବ। ପ୍ରକଳ୍ପ ଟି ବିଚାରକ ମାନଙ୍କ ପ୍ରଶଂସା ଭାଜନ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ