ବିଷପାନ କରି ଚାଷୀଙ୍କ ମୃତ୍ୟୁ
ଜୟପୁର, 8 ନଭେମ୍ବର (ହି.ସ.)- ଜୟପୁର ସଦରଥାନା ଫାମ୍ପୁଣି ଗ୍ରାମପଞ୍ଚାୟତର କୁମୁଲିପୁଟ ଗ୍ରାମ ଠାରେ ସ୍ବାମୀ ବିଷପାନ କରିବା ସହ ମୃତ୍ୟୁ ହୋଇଥିବା ନେଇ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କୁମୁଲିପୁଟ ଗ୍ରାମର ବାସିନ୍ଦା ତଥା ଚାଷୀ ହରି ଗୌଡ (୩୫)
ବିଷପାନ କରି  ଚାଷୀଙ୍କ ମୃତ୍ୟୁ


ଜୟପୁର, 8 ନଭେମ୍ବର (ହି.ସ.)- ଜୟପୁର ସଦରଥାନା ଫାମ୍ପୁଣି ଗ୍ରାମପଞ୍ଚାୟତର କୁମୁଲିପୁଟ ଗ୍ରାମ ଠାରେ ସ୍ବାମୀ ବିଷପାନ କରିବା ସହ ମୃତ୍ୟୁ ହୋଇଥିବା ନେଇ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କୁମୁଲିପୁଟ ଗ୍ରାମର ବାସିନ୍ଦା ତଥା ଚାଷୀ ହରି ଗୌଡ (୩୫) ନିଜ ଜମିରେ ଚାଷ କାର୍ଯ୍ୟକୁ ଶେଷ କରିବା ପରେ ମଧ୍ୟାହ୍ନରେ ଫେରିଥିଲେ । ଏହିପରି ଅପରାହ୍ନରେ ଶୋଇଥିଲେ କିନ୍ତୁ ତାଙ୍କ ପାଟିରୁ ଫେଣ ବାହାରୁଥିବା ଏବଂ ଚେତାଶୂନ୍ୟ ହୋଇଯାଇଥିବା ନେଇ ପତ୍ନୀ ତିଳତ୍ତୋମା ଗୌଡ ଦେଖିବା ପରେ ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହାୟତାରେ ଅଟୋ ଯୋଗେ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରାଯାଇ ଏବଂ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ସଦରଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande