
କେନ୍ଦୁଝର, ୮ ନଭେମ୍ବର (ହି.ସ.)- ଘସିପୁରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବଳରାମପୁରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅନୀଲ କୁମାର ନାୟକ ଏହାକୁ ଉଦଘାଟନ ଜେନା କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀ ଦାସ ଏବଂ ଚିନ୍ତାମଣି ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ। ବିଜ୍ଞାନ ଶିକ୍ଷୟତ୍ରୀ ଚିନ୍ମୟୀ ସେଠୀ ଓ ଶିକ୍ଷକ ବାବୁଲାଲ ନାୟକଙ୍କ ତତ୍ତ୍ବାବଧାନରେ ବିଜ୍ଞାନ ମେଳାର ଆୟୋଜନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ନିବେଦିତା ଦାସ, ସୁପ୍ତିପ୍ରୀୟା ଚକ୍ର, ପ୍ରମିଳା ସେଠୀ, ସୁଷମା ଜେ ମାନସୀ ସାହୁ, ସୁବ୍ରତ ସାହୁ, ନାଗଭୂଷଣ ରାଉତ, ସୁଭଦ୍ରା ନାୟକ, ଆଶିଷ ସାହୁ, ରଶ୍ମୀ ବେହେରା ଓ ରସାନ ସାହୁ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନେ ୩୨ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA