
ଭଦ୍ରକ, ୮ ନଭେମ୍ବର (ହି.ସ.) - ଘେଂଟଶ୍ୱର ଫାଣ୍ଡି ଅଧିନ ଭଦ୍ରକ-ଧାମରା ରେଳପଥ ରେ ମାଣିପୁର ଠାରେ ରେଳ ଧାରଣାରେ କଟି ଯୁବକ ମୃତ। ମୃତ ଯୁବକ ଜଣକ ହେଉଛନ୍ତି ଘେଂଟଶ୍ୱର ଫାଣ୍ଡି ଅଧିନ ମାଣିପୁର ଗ୍ରାମର ଚଗଲା ଦାସ ଙ୍କ ପୁଅ ସିପୁନ ଦାସ ବୋଲି ଜଣା ପଡିଛି। ଘଟଣା ସ୍ଥଳ, ରେଳ ଲାଇନ ଉପରେ ମୃତଦେହ, ପୋଲିସ ଓ ଜନସାଧାରଣ ଭିଡ଼ ଦେଖିବାକୁ ମିଳିଛି,ପୋଲିସ ତଦନ୍ତ ଚାଲୁ ରହିଛି । ପ୍ରାରମ୍ଭିକ ତଦନ୍ତରୁ ଏହା ଦେଖାଯାଇଛି ଯେ ଯୁବକ ଜଣକ ରେଳ ଧାରଣା ଆତ୍ମହତ୍ୟା ହୋଇଥାଇପାରେ ବୋଲି ବାହାର ସୂତ୍ରରୁ ଖବର । ଅନ୍ୟ ପକ୍ଷରେ ପରିବାର ଲୋକେ ଏହାକୁ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ତେବେ ପୋଲିସ ଏହାକୁ ଆତ୍ମହତ୍ୟା ନା ହତ୍ୟା କୌଣସି ସନ୍ଦିଗ୍ଧ ଘଟଣା ବୋଲି ନିଶ୍ଚିତ କରିପାରିନାହାନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ