
କେନ୍ଦୁଝର, 8 ନଭେମ୍ବର (ହି.ସ.)ହରିଚନ୍ଦନପୁର ବ୍ଲକ ତେନୁଳାପଶି ପଞ୍ଚାୟତର ବିଭିନ୍ଧୁ ମୌଳିକ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବଡକାଝର ମିଳିତ କ୍ରିୟାନୁଷ୍ଠାନ କମିଟି ଏଜ ଦାବିପତ୍ର ପ୍ରଦାନ କରିଛି। ଏହି ଦାବିପତ୍ର କେନ୍ଦୁଝରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମୁଖ୍ୟ ଅଧୂକାରୀ ହିମାଂଶୁ ସାହୁ ଗ୍ରହଣ କରିଥିଲେ। ଜଳସେଚନ ସମସ୍ଯାର ও ସମାଧାନ ପାଇଁ ସର୍ବଦା ଚେଷ୍ଟିତ ଥୂବା ବଡକାଣ୍ଝର ମିଳିତ କ୍ରିୟାନୁଷ୍ଠାନ କମିଟି ଟେନ୍ସଳାପଶି ପଞ୍ଚାୟତ ମସିଣାବିଲା ଗ୍ରାମ ନିକଟରେ ପ୍ରବାହିତ ବନବିର ନାଳରେ ଥୂବା ଚେକ ଡ୍ୟାମର ପୁନଃରୁଦ୍ଧାର ଉନ୍ନତିକାରଣ, ଧନୁର୍ଜୟପୁର ଗ୍ରାମକୁ ପକ୍କା ସଡକ ସଂଯୋଗ, ବଡକମଣ୍ଡରା ଯୁଆଙ୍ଗ ସାହିକୁ ପକ୍କା ସଡକ ସାଂଯୋଗ,ପୁରାତନ ମଠ ମନ୍ଦିରର ଉନ୍ନତିକାରଣ ଭଳି ଦାବି ଜଣେଇଥିଲେ। ପ୍ରକାଶଥାଉକି ବନବିର ଚେକ ଡ୍ୟାମ ଉନ୍ନତିକରଣ ହେଲେ ମସିଣାବିଲା,ଧନୁଗୁର,ଖୁଣ୍ଟାପଡା,ଖୁଦପଶି, ମସିଣାବିଲା, ତେନଳାପଶି ଗ୍ରାମର ଚାଷୀ ଉପକୃତ ହେବେ। ରାସ୍ତା ଭଳି ମୌଳିକ ସମସ୍ୟା ସମାଧାନ ହେଲେ ଦୁଇଟି ଗ୍ରାମର ଲୋକେ ଉପକୃତ ହେବେ। ପୁରାତନ ମଠ ମନ୍ଦିରର ଉନ୍ନତିକାର ନ୍ନତିକାରଣ ହେଲେ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ ବଢିବ। କେନ୍ଦୁଝର ମାଟିର ପୁଅ ଲୋକଙ୍କ ମୁଖ୍ୟମନ୍ତ୍ରୀ ସର୍ବଦା ଲୋକଙ୍କ ସମସ୍ୟା ସମାଧାନ ପାଇଁ ଧ୍ୟାନ ଦେଉଥିବାରୁ ଦାବି ଗୁଡିକ ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ମିଳିଥିବାରୁ ବଡକାଣ୍ଝର ମିଳିତ କ୍ରିୟା କ୍ରିୟାନୁଷ୍ଠାନ କମିଟି ଆବାହକ ତ୍ରିଲୋଚନ ନାଏକ, ସଦସ୍ୟ ଚନ୍ଦନ ନାଏକ, ପ୍ରଦୀପ ନାଏକ ଶୀଘ୍ର ସମସ୍ୟା ଗୁଡିକର ସମାଧାନ ମାଧାନ ପାଇଁ ଆଶାବାଦୀ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA