ସୁନ୍ଦରଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡୁଛି, ଷାଣ୍ମାସିକ ପରୀକ୍ଷା ଫଳ ଏକ ନମୁନା
ୁନ୍ଦରଗଡ ଜିଲ୍ଲା ରେ ଶିକ୍ଷା ବ୍ୟବସ୍ଥା ଭୁଷୁଡୁଛି, ଷାଣ୍ମା ମାସିକ ପରୀିକ୍ଷା ଫଳ ଏକ ନମୁନା, ଅଙ୍କରେ ୪ ବିଗ୍ୟାନରେ ୫
ସୁନ୍ଦରଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡୁଛି, ଷାଣ୍ମାସିକ ପରୀକ୍ଷା ଫଳ ଏକ ନମୁନା


ରାଉରକେଲା, ୮ ନଭେମ୍ବର (ହି.ସ.)- ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଶିକ୍ଷାକୁ ଅତି ଗୁରୁତ୍ୱ ଦେଉଛନ୍ତି, ପିଲାଙ୍କୁ ଅଧିକ ବୃତି ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ଘୋଷଣା କରିଛନ୍ତି, ହେଲେ ଏତିକି ବେଳେ ସୁନ୍ଦରଗଡ ଜିଲ୍ଲା ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯିବାରେ ଲାଗିଛି । ଏହି ଜିଲ୍ଲା ଅର୍ନ୍ତଗତ ରାଉରକେଲା ପ୍ରବେଶ ପଥରେ ଥିବା ପାନପୋଷ ସରକାରୀ ୧୦୫ ବର୍ଷର ହାଇସ୍କୁଲରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୬ ମାସିକ ପରୀକ୍ଷା ରେଜଲ୍ଟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ଗାଲରେ ଶକ୍ତ ଚାପୁଡା ଦେଇଛି । ଏହି ବିଦ୍ୟାଳୟର ହାଇସ୍କୁଲ ପିଲା ମାନେ ଅଙ୍କରେ ୫/୩ , ସାଇନ୍ସରେ ୪, ୫ ରୁ ୭ ଓ ଇଁରାଜୀ କଥା ନକହିବା ଭଲ । ଖାଲି ଏତିକି ନୁହେଁ ଏଠି ହାଇସ୍କୁଲର ସରକାର ୩ଟି ଶ୍ରେଣୀ ଲାଗି ଦେଇଛନ୍ତି ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପିଅନ, କିରାଣୀ, ପିଇଟି, ହେଲେ କିରାଣୀ କାମ ଜାଣୁନଥିବା ବେଳେ ପିଇଟି ପ୍ରାଥମିକ ପିଲାଙ୍କୁ ଖେଳାଇଲେ ତା'ର ସମ୍ମାନ ଚାଲିଯାଉଛି କହୁଥିବା ଅଭିଯୋଗ ହେବା ସହ ବିଜ୍ଞାନ ମାଷ୍ଟର ଏଠି ପ୍ରେମ ଲିଳାରେ ବ୍ୟସ୍ତ ଓ ଇଁରାଜୀ ମାଷ୍ଟରାଣୀ କହୁଛନ୍ତି ମୁଁ ବିଜେଡି ବିଧାୟକଙ୍କ ଭଉଣୀ । ଏହା ଭିତରେ ହେଡମାଷ୍ଟର ଏହାକୁ ସମ୍ଭାଳି ପାରୁନଥିବା ବେଳେ ଏହି ବିଦ୍ୟାଳୟ ସହ ମିଶିକି ଥିବା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କ ଉପରେ ପ୍ରଧାନ ଶିକ୍ଷୟତ୍ରୀ ନାନା ଦାଉ ସାଧି, ହାଇସ୍କୁଲ ଓ ପ୍ରାଇମେରୀ ସ୍କୁଲ ଗୋଟିଏ ଯାଗାରେ ଚାଲିବା ସରକାରୀ ନିଷ୍ପତିକୁ ଦୁଇ ଗୋଇଠା ମାରିଛନ୍ତି ଓ ଏଭଳି କାରବାର ସମଗ୍ର ଜିଲ୍ଲାର ୪୦ ରୁ ଉର୍ଦ୍ଧ୍ୱ ସ୍କୁଲରେ ଚାଲିଥିବା ଖବର ମିଳିଛି । ଏହି ପ୍ରାଇମେରୀ ସ୍କୁଲରେ ଭଲ ପାଠ ପଢୁଥିବା ଜଣେ ଭଲ ପଢୁଥିବା ୫ମ ଶ୍ରେଣୀର ଛାତ୍ରକୁ ସ୍କୁଲରୁ ଟିସି ଦେଇ ବିଦା କରିବା ଲାଗି ପ୍ରଧାନ ଶିକ୍ଷୟତ୍ରୀ, ବିଜ୍ଞାନ ଶିକ୍ଷକ ଓ ଇଁରାଜୀ ଶିକ୍ଷୟତ୍ରୀ ଉଦ୍ୟମ କରୁଥିବା ବେଳେ ସ୍କୁଲ ର ପୂର୍ବତନ ଛାତ୍ର ଶୁଭ ପଟ୍ଟନାୟକ ଓ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଖବର ପାଇ ତାଗିଦ କରିବା ପରେ ସବୁ କଥା ପଦାକୁ ଆସିବା ସହ ପିଲାଟି ସ୍କୁଲରୁ ବିଦା ହେବାରୁ ବଂଚି ଯାଇଛି ଓ ଏହି ଘଟଣା ପୁଣି ୩ ବର୍ଷ ପରେ ଏହି ବିଦ୍ୟାଳୟକୁ ଚର୍ଚ୍ଚାକୁ ଆଣିଛି ।

ରାଉରକେଲା ସହର ପ୍ରବେଶ ପଥରେ ରହିଛି ପାନପୋଷ ବସ୍ତି, ସେଠି ରହିଛି ପାନପୋଷ ସରକାରୀ ହାଇସ୍କୁଲ, ସେଠି ପ୍ରାଇମେରୀ ଓ ହାଇସ୍କୁଲ ମିଶିକି ରହିଛି ପୂର୍ବ ସରକାର ସମୟରୁ । ତେବେ ଏଠି ୪ ବର୍ଷ ତଳେ ବର୍ତମାନ ଇଁରାଜୀ ଶିକ୍ଷୟତ୍ରୀ ଅନଭିଜ୍ଞତା ସତ୍ୱେ ପଲିଟିକାଲ ଚାପରେ ବିଦ୍ୟାଳୟର ଦାୟିତ୍ୱରେ ଥିବାବେଳେ ନାନା ବିଶୃଙ୍ଖଳା ହୋଇଥିଲା ଫଳରେ ପୂର୍ବତନ ଡିଇଓ ଓ ସରାକରଙ୍କ ଉଦ୍ୟମରେ ଜଣେ ନିୟମିତ ପ୍ରଧାନ ଶିକ୍ଷୟତ୍ରୀ ଏଠାକୁ ଆସିଲେ । ହେଲେ ସେହି ଦିନରୁ ପୂର୍ବତନ ଇନଚାର୍ଜ ଜିଏ କି ସେ ଅଁଚଳରେ ବିଜେଡି ନେତ୍ରୀ ଭାବରେ ନିଜର ପରିଚୟ ଦିଅନ୍ତି ସେ ବିଭିନ୍ନ ବଡ ମିଡିଆ ବାଲାଙ୍କ ଲୋକ ବୋଲି କୁହନ୍ତି। ସେ ମାଡାମ ନିଜର ପୁରୁଣା କ୍ଷମତାକୁ ଫେରାଇ ଆଣିବା ଲାଗି ଦୁଇ ସ୍କୁଲ ଭିତରେ ଥିବା ସୁ ସଂପର୍କକୁ ନଷ୍ଟ କରିବା ସହ ନିଜର ରାସ୍ତାକୁ ସଫା କରିବାରେ ବ୍ୟସ୍ତ ରହିଛନ୍ତି ବୋଲି ଅଭିଯୋଗ ହେଉଛି । ଏହାଦ୍ୱାରା ଏଭଳି ସ୍ଥିତି ଉପୁଜିଛି ଯେ, କିରାଣି ପଦବୀ ପାଇଥିବା କର୍ମଚାରୀ କିଛି କାମ ନଜାଣି ନକରି ଚୁପ ହୋଇ ବସୁଥିବା ବେଳେ ମାସେ ତଳେ ଏହି କିରାଣି କିଛି ସପ୍ତମ ଶ୍ରେଣୀ ପିଲାଙ୍କୁ ଠେଙ୍ଗା ଧରି ବାଡେଇବା, ଖରାପ ଭାଷାରେ ଗାଳିଦେଇ ସ୍କୁଲରୁ ଟିସି ଦେଇ ବାହାର କରିଦେବାକୁ ଧମକ ଦେବା ଓ ଅଭିଭାବକ ମାନଙ୍କୁ ମଧ୍ୟ ଗାଳିଦେବା ଘଟଣା ଅଭିବାବକ ମାନଙ୍କୁ ଉତ୍‌କ୍ଷିପ୍ତ କରିଥିଲା। ଫଳରେ ହେଡମାଷ୍ଟର ଅଭିବାବକ ମାନଙ୍କୁ ହାତ ଯୋଡି କ୍ଷମା ମାଗିଥିଲେ ଓ ନିଜର ପ୍ରଶାସନିକ କ୍ଷମତାର ପରିଚୟ ଦେଇଥିଲେ । ସେହିଭଳି ନିକଟ ଅତିତରେ ଜଣେ ମହିଳା ପିଅନଙ୍କୁ ହାଇସ୍କୁଲ ଷ୍ଟାଫ ମାନେ ଅଇଁଠା ଉଠାଇବା ଲାଗି କହିବା ଘଟଣା ଜିଲ୍ଲା ଅଫିସ ଯାଏ ଯାଇଥିଲା ପରେ ପିଅନଙ୍କୁ ସେଠୁ ବଦଳି କରାଯାଇଥିଲା। ପିଇଟି ଛୋଟ ପିଲାଙ୍କୁ ଖେଳେଇଲେ ତାଙ୍କ ସମ୍ମାନ ଚାଲିଜିବା ଭଳି ସ୍ଥିତି ତିଆରି କରିଛନ୍ତି ଓ ବର୍ତମାନର ଇଁରାଜୀ ମାଷ୍ଟରାଣୀ ତଥା ପୂର୍ବତନ ଇନଚାର୍ଜ ବୋଲି ଖବର ମିଳିଛି । ୨୯ ବର୍ଷୀୟ ବିଜ୍ଞାନ ମାଷ୍ଟର ଜଣେ କିରାଣି ପ୍ରେମରେ ବାଇଆ, ଖୋଲା ଖୋଲି ବଢିଲା ପିଲାଙ୍କ ଆଗରେ ଚଳାଇଛନ୍ତି ଲିଳା, ଏହାକୁ ଦେଖି ହେଡମାଷ୍ଟର ଓ ପୂର୍ବତନ ଇନଚାର୍ଜ ମଜା ନେଉଥିବା ବେଳେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ନିକଟରେ ପଶିଥିବା ମାଷ୍ଟର ସରକାରୀ ଚାକିରୀର ମଜା ନେଉଛନ୍ତି ଓ ଶିକ୍ଷା ପରିବେଶକୁ ନଷ୍ଟ କରି ଏହାର କାନରେ ଦୁଇ ଚାପୁଡା ଦେଇ ଚାଲିଛନ୍ତି । ବିଦ୍ୟାଳୟ ଲାଗି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଆସୁଛି ହେଲେ ପିଲାଙ୍କ ପାଇଖାନା ଟିକେ ସଫା ହେଉନି, କାନ୍ଥ ବାଡରେ ଶିକ୍ଷାକୁ ନେଇ ଏଠି ପଦେ ହେଲେ ଲେଖା ଯାଇନି ଜିଏ ମୁହଁ ଖୋଲିଲା ତାକୁ ଟାର୍ଗେଟ କରାଯାଇ ଅଣ୍ଡର ଟେକିଂ ସୋକଜ ନୋଟିସ ଭିତରେ ସାଇଜ କରାଯାଉଥିବା ଖବର ମିଳିଛି । ଏଭଳି ସ୍ଥିତିରେ ହାଇସ୍କୁଲ ଓ ପ୍ରାଇମେରୀ ସ୍କୁଲ ଶିକ୍ଷକଙ୍କ ଭିତରେ ଏକ ବଡ ପାଚେରୀ ଠିଆ ହୋଇ ସାରିଲାଣି ଯେଉଁଥିରେ ଇଁରାଜୀ ମାଷ୍ଟରାଣୀ ନିଜର ଫାଇଦା ନେବା ଲାଗି ବ୍ୟସ୍ତ । ଏହିଭଳି ସ୍ଥିତିରେ ବସ୍ତି ବାସୀ ଅପେକ୍ଷା କରିଥିଲେ ତାଙ୍କ ପିଲା ମାନେ କେମିତି ନମ୍ବର ଏଥର ରଖୁଛନ୍ତି, ହେଲେ ଅଷ୍ଟମ ଠାରୁ ୧୦ମ ଭିତରେ ପିଲା ମାନେ ବିଜ୍ଞାନ, ଅଙ୍କ ଓ ଇଁରାଜୀରେ ଯେଉଁ ୨/୩/୫/୨୨ ଭଳି ନମ୍ବର ରଖିଥିବା ନେଇ ଅଭିଭାବକ ଅବାକ ହୋଇଯାଇଛନ୍ତି । ଏହା ସ୍କୁଲରେ ପାଠ ପଢା ବ୍ୟବସ୍ଥାର ଏକ ନମୁନା ବୋଲି ସେମାନେ କହିଛନ୍ତି । ଏଠି ପିଲା ମାନଙ୍କୁ ୬ଟି କ୍ଲାସ ପରିବର୍ତେ ହାଇସ୍କୁଲ ବାଲା ନିଅନ୍ତି ମାତ୍ର ୩ଟି କ୍ଲାସ, କୋର୍ସ ନସରିଲେ ଗାଈ ଗୋରୁ ଭଳି ପଢାଇ ସବୁ ସାରିଦିଅନ୍ତି, ହେଡ ମାଷ୍ଟର କ୍ଲାସ ନିଅନ୍ତିନି ମୋବାଇଲରେ ବ୍ୟସ୍ତ ରୁହନ୍ତି । ଏହିଭଳି ପରିବେଶରେ ଚାଲିଥିବା ବିଦ୍ୟାଳୟ ତା'ର ରେଜଲ୍ଟ ପ୍ରଥମ ୬ ମାସରେ ଦେଇଛି । ଖାଲି ଏହି ସ୍କୁଲ ନୁହେଁ ଜିଲ୍ଲାର ୪୦ଟି ସ୍କୁଲରେ ମିଶିଥିବା ପ୍ରାଥମିକ ଓ ହାଇସ୍କୁଲରେ ଏହିଭଳି ସ୍ଥିତି ବୋଲି ଖବର ମିଳିଛି ଏହା କେବଳ ଏକ ନମୁନା । ତେବେ ଏଭଳି ସ୍ଥିତି ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଲାଗି ରହିବାର କାରଣ ହେଲା ଏସବୁ ଯାଗାକୁ କେହି ଜିଲ୍ଲା ସ୍ତରରୁ ତଦାରଖ ଲାଗି ଯାଉନଥିବାବେଳେ ଏମାନେ ନିଜ ନିଜର ଜଣେ ଲେଖାଏଁ ହନୁମାନ ଡିଇଓ ଅଫିସରେ ରଖି ନିଜ ନିଜର ରାଜ ଚଳାଇଥିବା କୁହାଯାଉଛି । ସରକାର ଦେଲେ ଲକ୍ଷ ଲକ୍ଷ ଟଙ୍କା ଦରମା ମାତ୍ର କେଇଟା ବର୍ଷରେ, ରେଗୁଲାର ମଧ୍ୟ କଲେ ଦେଖିବା ଲାଗି କେହି ନାହିଁ କହିବା ଲାଗି କେହି ନାହିଁ ସବୁ ନିଜ ଏସି ରୁମରେ ସୀମିତ ହୋଇ ରହିଛି, ତେଣୁ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡିବାରେ ଲାଗିଥିବା ନେଇ ଏହା ଏକ ଜ୍ୱଳନ୍ତ ପ୍ରମାଣ । ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ଦିଗରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande