ଭାରସାମ୍ୟ ହରାଇ ଗଛରେ ଧକ୍କାଦେଇ ଓଲଟିଲା ୧୬ ଚକିଆ ଟ୍ରକ
କେନ୍ଦୁଝର, ୮ ନଭେମ୍ବର (ହି.ସ.)- ଘଷିପୁରା ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ୧୬ ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଧାରରେ ଥିବା ଏକ ଗଛରେ ଜୋର୍ ରେ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଛି। ହସନପୁର ଟୋଲ୍ ଗେଟ ନିକଟସ୍ଥ ଯାଜପୁର ରୋଡ ଆସୁଥ‌ିବା ଏହି ୧
ଭାରସାମ୍ୟ ହରାଇ ଗଛରେ ଧକ୍କାଦେଇ ଓଲଟିଲା ୧୬ ଚକିଆ ଟ୍ରକ


କେନ୍ଦୁଝର, ୮ ନଭେମ୍ବର (ହି.ସ.)- ଘଷିପୁରା ବ୍ଲକ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ୧୬ ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଧାରରେ ଥିବା ଏକ ଗଛରେ ଜୋର୍ ରେ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡିଛି। ହସନପୁର ଟୋଲ୍ ଗେଟ ନିକଟସ୍ଥ ଯାଜପୁର ରୋଡ ଆସୁଥ‌ିବା ଏହି ୧୬ ଚକିଆ ଟ୍ରକଟି ହଠାତ୍ ନିୟନ୍ତ୍ରଣ ହରାଇ ଗଛରେ ଧକ୍କାଦେବା ପରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଡ୍ରାଇଭରକୁ ଉଦ୍ଧାର କରି ଆନନ୍ଦପୁର ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ଟ୍ରକଟି ପଶ୍ଚିମବଙ୍ଗର ଏବଂ ଏହାର ନମ୍ବର ହେଉଛି ଡବଲ୍ୟୁବି ୧୧ ଏଫ୍ ୮୩୨୯। ସ୍ଥାନୀୟ ଲୋକ ଦେଇଥିବା ସୂଚନା ଆଧାରରେ ଘଷିପୁରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande