ଦୁଇ ବଖରା ଜଳିଗଲା
କୋରେଇ, ୮ ନଭେମ୍ବର (ହି.ସ.)- ପାଣିକୋଇଲି ପଂଚାୟତ ଅନ୍ତର୍ଗତ ପାଣିକୋଇଲି ଗ୍ରାମରେ (ନମଟିକିରି ଛକ ପାଖ) ସନାତନ ଜେନାଙ୍କ ଘରେ ଶୁକ୍ରବାର ରାତ୍ରୀରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଗୁହାଳ ସମେତ ଦୁଇବଖରା ଘର ଓ ଆସବାସପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି । ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଛି । ପ୍
ଦୁଇ ବଖରା ଜଳିଗଲା


କୋରେଇ, ୮ ନଭେମ୍ବର (ହି.ସ.)- ପାଣିକୋଇଲି ପଂଚାୟତ ଅନ୍ତର୍ଗତ ପାଣିକୋଇଲି ଗ୍ରାମରେ (ନମଟିକିରି ଛକ ପାଖ) ସନାତନ ଜେନାଙ୍କ ଘରେ ଶୁକ୍ରବାର ରାତ୍ରୀରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଗୁହାଳ ସମେତ ଦୁଇବଖରା ଘର ଓ ଆସବାସପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି । ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଛି । ପ୍ରକାଶ ଯେ, ସନାତନଙ୍କ ଗୁହାଳ ଘରୁ ପ୍ରଥମେ ନିଆଁ ଲାଗିଥିଲା । ବିଦ୍ୟୁତ ସର୍ଟ ସର୍କିଟ ବା ମଶା ପାଇଁ ଗୋରୁଙ୍କୁ ଦିଆଯାଇଥିବା ଧୂଆଁରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ । ଗୁହାଳରେ ନିଆଁ ଲଗିବା ପରେ ତାହା ଅନ୍ୟ ଘରକୁ ବ୍ୟାପିଥିଲା । ଫଳରେ ଘରେ ଥିବା ଚାଉଳ ସମେତ ବିଭିନ୍ନ ଆସବାବପତ୍ର ପୋଡି ଯାଇଥିଲା । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିନପାରିବାରୁ ଦମକଳକୁ ଖବର ଦେଇଥିଲେ । ଯାଜପୁରରୋଡ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ବିପନ୍ନ ସନାତନଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande