
କେନ୍ଦୁଝର, ୮ ନଭେମ୍ବର (ହି.ସ.)- ଘଷିପୁରା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବାରିଗାଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଛାତ୍ରୀଙ୍କର ଅକାଳ ମୃତ୍ୟୁ ଘଟିଛି । ଶାଳପଡା ସ୍ଥିତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଦୀପାଞ୍ଜଳି ସାହୁ (୨୦) ଏବଂ ଅର୍ଣ୍ଣପୂନ୍ନା ପାତ୍ର (୨୦) ଏହି ଘଟଣାରେ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ, କ୍ଲାସ ସାରି ଘରକୁ ଫେରୁଥିବା ବେଳେ କଲେଜରୁ ଅଳ୍ପ ଦୂରରେ ଏକ ଅଜଣା ଗାଡି ସେମାନଙ୍କୁ ରାସ୍ତାରେ ଧକ୍କା ଦେଇ ଘଟଣାସ୍ଥଳରୁ ପଳାୟନ କରିଥିଲା। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତି କରିଥିଲେ ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ଆତଙ୍କିତ ହୋଇ ଦ୍ରୁତ ଗତିରେ ଗାଡି ଚାଳନା ବିରୁଦ୍ଧରେ ଏବଂ ଦୋଷୀ ଚାଳକଙ୍କୁ ଧରାଯିବା ଘଟଣାଟିର ତଦନ୍ତ ପାଇଁ ଦାବି କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି ଅପରାଧୀ ଚାଳକକୁ ଖୋଜିବାରେ ବ୍ୟସ୍ତ ଅଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA