ତୁଳସୀ ମହିଳା ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଆଲୋଚନା ଚକ୍ର
କେନ୍ଦ୍ରାପଡ଼ା, ୦୮ ନଭେମ୍ବର(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ଇଂରାଜୀ ବିଭାଗ ଦ୍ୱାରା ‘ଦି କ୍ଳାସିକାଲ୍ ରୁଟ୍‌ସ୍ ଅଫ୍ ପାଟ୍ରିଓଟିଜିମ୍ : ରିଇମାଜିନିଙ୍ଗ୍ ଦ କ୍ଲାସିକାଲ ପାର୍ଟ ଇନ୍ ଇଣ୍ଡିଆସ୍ ନେସ୍‌ନାଲିଷ୍ଟ୍ ଲିଟରେଚର୍‌’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏ
-----ତୁଳସୀ ମହିଳା ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଆଲୋଚନା ଚକ୍ର


କେନ୍ଦ୍ରାପଡ଼ା, ୦୮ ନଭେମ୍ବର(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ଇଂରାଜୀ ବିଭାଗ ଦ୍ୱାରା ‘ଦି କ୍ଳାସିକାଲ୍ ରୁଟ୍‌ସ୍ ଅଫ୍ ପାଟ୍ରିଓଟିଜିମ୍ : ରିଇମାଜିନିଙ୍ଗ୍ ଦ କ୍ଲାସିକାଲ ପାର୍ଟ ଇନ୍ ଇଣ୍ଡିଆସ୍ ନେସ୍‌ନାଲିଷ୍ଟ୍ ଲିଟରେଚର୍‌’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରର ଅଧ୍ୟକ୍ଷତା କରୁଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ ଉଦ୍‌ଘାଟନୀ ସମ୍ବୋଧନ ପ୍ରଦାନ କରିଥିଲେ। ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଆଲୋଚନା ଚକ୍ରର ଗୁରତ୍ୱ ବିଷୟରେ ଅଭିଭାଷଣ ଦେଇଥିଲେ। ଆମନ୍ତ୍ରିତ ଅତିଥି ପାରାଦ୍ୱୀପ ମହାବିଦ୍ୟାଳୟର ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଗଣେଶ୍ୱର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ପ୍ରାଧ୍ୟାପକ ପାତ୍ର ଭାରତର ଜାତୀୟତାବାଦୀ ସାହିତ୍ୟ ଉପରେ ପ୍ରାଚୀନ ସାହିତ୍ୟର ପ୍ରଭାବ ଓ ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ପାରାଦ୍ୱୀପ ମହାବିଦ୍ୟାଳୟ ଓ ତୁଳସୀ ମହିଳା ମହାବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ମାରକ ସ୍ୱାକ୍ଷରିତ ହୋଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ଇଂରାଜୀ ବିଭାଗର ଅଧ୍ୟାପକ ଡ଼ ଶକ୍ତି ଶେଖର ଦାସ ଧନ୍ୟବାଦ ଅର୍ପଣ କରି ଆଲୋଚନା ଚକ୍ର ସମାପନ କରିଥିଲେ। ବିଭାଗର ଅଧ୍ୟାପିକା ପ୍ରଜ୍ଞା ମହାନ୍ତି ଓ ସୁଶ୍ରୀ ସଙ୍ଗିତା ପରିଡ଼ା ଆଲୋଚନା ଚକ୍ରରେ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ। ଇଂରାଜୀ ଏବଂ ଅନ୍ୟ ବିଭାଗର ଛାତ୍ରୀ ଆଲୋଚନା ଚକ୍ରରେ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande