ବୋଲଗଡ ପାସେଞ୍ଜର ହଲ୍ଟ ହେବ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନ
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିଣତ ହେବ ବୋଲଗଡ ପାସେଞ୍ଜର ହଲ୍ଟ । ପୂର୍ବତଟ ରେଳପଥ ମହା ପ୍ରବନ୍ଧକଙ୍କ ଲିଖିତ ପତ୍ରରେ ଏହାର ସ୍ପଷ୍ଟୀକରଣ ହେବା ସହ ରେଳଷ୍ଟେସନ ହେବା ସୁନିଶ୍ଚିତ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସାମାଜିକ ଗଣମାଧ୍ୟମରେ ଏହି ସୂଚନା
ବୋଲଗଡ ପାସେଞ୍ଜର ହଲ୍ଟ ହେବ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନ


ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିଣତ ହେବ ବୋଲଗଡ ପାସେଞ୍ଜର ହଲ୍ଟ । ପୂର୍ବତଟ ରେଳପଥ ମହା ପ୍ରବନ୍ଧକଙ୍କ ଲିଖିତ ପତ୍ରରେ ଏହାର ସ୍ପଷ୍ଟୀକରଣ ହେବା ସହ ରେଳଷ୍ଟେସନ ହେବା ସୁନିଶ୍ଚିତ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏକ ପୋଷ୍ଟରେ ଅପରାଜିତା ଲେଖିଛନ୍ତି ବୋଲୋଗଡ଼ ଜନସାଧାରଣ ଏବଂ ଅଂଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନର ଆଗ୍ରହ ଏବଂ ଆବଶ୍ୟକତା କ୍ରମେ ମୁଁ ନିୟମିତ ଭାବେ ବୋଲୋଗଡ଼ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିବର୍ତନ ଏବଂ ଏହାର ଉନ୍ନତିକରଣ ପାଇଁ ପ୍ରୟାସ କରି ଆସୁଥିଲି ।

ଆଜି ପୂର୍ବତଟ ରେଳପଥ ମହା ପ୍ରବନ୍ଧକଙ୍କ ଲିଖିତ ପତ୍ରରେ ଏହାର ସ୍ପଷ୍ଟୀକରଣ ହେବା ସହ ରେଳଷ୍ଟେସନ ହେବା ସୁନିଶ୍ଚିଚ ହୋଇ ପାରିଛି ।ଏହି ଅବସରରେ ସମ୍ପୂର୍ଣ ବୋଲଗଡ ବାସୀଙ୍କ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande