ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
ଭୁବନେଶ୍ୱର, 8 ନଭେମ୍ବର (ହି.ସ.) -ନୂଆପଡ଼ାରେ ବିଜେପିର ପାୱାର ସୋ । ଦୁଇଟି ସ୍ଥାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ରୋଡ଼ ସୋ। ଏଥିପାଇଁ ନୂଆପଡ଼ାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟମା ଏୟାରଷ୍ଟ୍ରିପ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଭାରୀ ବ
ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର


ଭୁବନେଶ୍ୱର, 8 ନଭେମ୍ବର (ହି.ସ.)

-ନୂଆପଡ଼ାରେ ବିଜେପିର ପାୱାର ସୋ । ଦୁଇଟି ସ୍ଥାନରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ରୋଡ଼ ସୋ। ଏଥିପାଇଁ ନୂଆପଡ଼ାରେ ପହଞ୍ଚିଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟମା ଏୟାରଷ୍ଟ୍ରିପ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଭାରୀ

ବିଜୟପାଲ୍ ସିଂ ତୋମାର, ମନ୍ତ୍ରୀ ସୁରେଶ ପୂଜାରୀ ପହଞ୍ଚିଛନ୍ତି

। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ।

କୋମନା ବ୍ଲକର ସୁନାବେଡା ଠାରେ ଏକ ଜନ ସଭାକୁ

ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରଚାରର ସମୟ ସୀମା ଆଉ ଗୋଟିଏ ଦିନ ଅର୍ଥାତ

ଆସନ୍ତାକାଲି ପର୍ଯ୍ୟନ୍ତ ଥିବା ବେଳେ ଶାସକ ଦଳ ବିଜେପି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି ।

ଅନ୍ୟପଟେ ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିୀନି ଛୁରିଆ ଓ କଂଗ୍ରେସ୍ ପ୍ରାର୍ଥୀ ଘାସିରାମ

ମାଝୀ ଦଳର ବରିଷ୍ଠ ନେତୃତ୍ବଙ୍କ ସହ ବିଭିନ୍ନ ସ୍ଥାନରେ ପ୍ରଚାର କରିବାର କାର୍ଯକ୍ରମ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande