ଓଡ଼ିଶାରେ ଶେଷ ହେଲା ଭୋଟ ଚୋର ଗାଦି ଛାଡ଼ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ନିର୍ବାଚନ ଆୟୋଗ ପରି ଏକ ପବିତ୍ର ସାମ୍ବିଧାନିକ ଅନୁଷ୍ଠାନକୁ ହାତବାରିସି କରି ଏ ଦେଶର ଆତ୍ମା ‘ଗଣତନ୍ତ୍ର’ କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରିବା ପାଇଁ ଏବଂ ଜନଜାଗରଣ ସୃଷ୍ଠି କରିବା ନିମନ୍ତେ ଏଆଇସିସି ପକ୍
ଓଡ଼ିଶାରେ ଶେଷ ହେଲା ଭୋଟ ଚୋର ଗାଦି ଛାଡ଼ କାର୍ଯ୍ୟକ୍ରମ


ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ)- ନିର୍ବାଚନ ଆୟୋଗ ପରି ଏକ ପବିତ୍ର ସାମ୍ବିଧାନିକ ଅନୁଷ୍ଠାନକୁ ହାତବାରିସି କରି ଏ ଦେଶର ଆତ୍ମା ‘ଗଣତନ୍ତ୍ର’ କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ କଂଗ୍ରେସ ପକ୍ଷରୁ ସମାଲୋଚନା କରିବା ପାଇଁ ଏବଂ ଜନଜାଗରଣ ସୃଷ୍ଠି କରିବା ନିମନ୍ତେ ଏଆଇସିସି ପକ୍ଷରୁ ଭୋଟ ଚୋର ଗାଦି ଛାଡ଼ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପତ୍ର ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଅନୁରୂପ ଭାବେ ସମଗ୍ର ଭାରତ ବର୍ଷରେ ସେପ୍େଟମ୍ୱର ୧୫ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୫ କୋଟି ଦସ୍ତଖତ ସଂଗ୍ରହ କରି ମହାମହିମ ରାଷ୍ଟ୍ରପତିଙ୍କୁ ଦସ୍ତଖତ ଅଭିଯାନ ସମ୍ବଳିତ ଦାବିପତ୍ର ଦିଆଯିବାର ନିଷ୍ପତି ନିଆଯାଇଥିଲା।

ତଦନୁଯାୟୀ ଓପିସିସି ପକ୍ଷରୁ ୱାର ରୁମ୍ ଜରିଆରେ ଭୋଟ ଚୋର ଗାଦି ଛାଡ଼ ଦସ୍ତଖତ ଅଭିଯାନକୁ ଜୋରଦାର କରାଯାଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ଯୁବ, ମହିଳା, ଛାତ୍ର, ସେବାଦଳ, ସମସ୍ତ ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତା ସାମିଲ ହୋଇ ଦସ୍ତଖତ ଅଭିଯାନକୁ ସଫଳ କରିଛନ୍ତି। ରାଜ୍ୟରୁ ମୋଟ ୧୨ ଲକ୍ଷ ୫୩୭ ଟି ଦସ୍ତଖତ ସଂଗ୍ରହ କରାଯାଇଛି । ଏହାକୁ ଏଆଇସିସି ପଠାଇବା ପାଇଁ ଶେଷରେ ଆଜି କଂଗ୍ରେସ ଭବନଠାରେ ବରିଷ୍ଠ କଂଗ୍ରେସ ମୁଖପାତ୍ର ତଥା ପିସିସି ୱାର ରୁମ୍ ଅଧ୍ୟକ୍ଷ ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଦସ୍ତଖତ ଅଭିଯାନର ନଥିପତ୍ର ଫ୍ଲାଗ ଅଫ ଓ ଆଲୋଚନା କାର୍ଯ୍ୟକ୍ରମ ସହିତ ଏକ ନାଗରିକ ସଚେତନ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ନିରଞ୍ଜନ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶରତ କୁମାର ରାଉତ, ସମୀର କୁମାର ରାଉତରାୟ, ନଗେନ୍ଦ୍ର ପ୍ରଧାନ, ଶିବାନନ୍ଦ ରାୟ, ସୁଜିତ ପାଢ଼ୀ, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇ ଭୋଟ ଚୋରୀ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ନଗର କଂଗ୍ରେସ ଜିଲ୍ଲା ସଭାପତି ଗିରିବାଳା ବେହେରା, ଜଗସିଂହପୁର ଜିଲ୍ଲା ସଭାପତି ଦେବ ପ୍ରସାଦ ନାୟକଙ୍କ ସମେତ ଶାନ୍ତନୁ ସାହୁ, ତରୁଣ ମିଶ୍ର, ଦୀପକ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ଅଶୋକ ଦାସ, ଜିତେନ୍ଦ୍ର ବିଶ୍ୱାଳ, ଆଲୋକ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତିଯୋଗ ଦେଇଥିବା ବେଳେ ଯୁବ କଂଗ୍ରେସ ନେତା ସୂର୍ଯ୍ୟକାନ୍ତ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବାଦଳ, ମହିଳା, ଯୁବ ଏବଂ ଛାତ୍ର କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande