
ଭଦ୍ରକ, ୮ ନଭେମ୍ବର (ହି.ସ.) - ଢେଙ୍କାନାଳ ର ଏକ ଯୁବତୀ ଧାମରା ପୁଲିସ ଦ୍ୱାରା ଉଦ୍ଧାର ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଗତକାଲି ବିଳମ୍ବିତ ରାତି ରେ ଧାମରା ଡି ଆଇ ରୋଡ ଠାରେ ଜଣେ ଅସହାୟ ଯୁବତୀ ଏକ ନିଛାଟିଆ ସ୍ଥାନ ରେ ବସିଥିବା ବେଳେ ଧାମରା ଥାନା ର ରାତ୍ରି କାଳୀନ ପେଟ୍ରୋଲିଙ୍ଗ କରୁଥିବା ଅଧିକାରୀ ଙ୍କ ଦୃଷ୍ଟି କୁ ଆସିଥିଲା। ସମ୍ପୃକ୍ତ ଅଧିକାରୀ ସେହି ଯୁବତୀ କୁଥାନା କୁ ଆଣିବା ପରେ ଧାମରା ସାମୁଦ୍ରିକ ଥାନା ଅଧିନସ୍ଥ ଜାଗୁଳା ଗ୍ରାମର କେହି ତାଙ୍କୁ ଡକାଇ ଆଣି କାହିଁକି ଏଭଳି ନିଛାଟିଆ ସ୍ଥାନ ରେ ଛାଡି ଦେଇଥିଲେ। ପରେ ଧାମରା ଥାନାଧିକାରୀ ସମ୍ପୃକ୍ତ ଉଦ୍ଧାର ହୋଇଥିବା ଯୁବତୀ ଙ୍କୁ ଧାମରା ସାମୁଦ୍ରିକ ଥାନାଧିକାରିଣୀ ଙ୍କୁ ହସ୍ତାନ୍ତର କରିଥିଲେ । କେଉଁ ପରିସ୍ଥିତି ରେ ଏବଂ କେଉଁ କାରଣ ପାଇଁ ଢେଙ୍କାନାଳ ର ଯୁବତୀ ଙ୍କୁ ଧାମରା ଡକାଯାଇ ଥିଲା ତାହାର ତଦନ୍ତ ହେବା ଜରୁରୀ ହୋଇ ପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଧାମରା ସାମୁଦ୍ରିକ ଥାନା ରେ ସମ୍ପୃକ୍ତ ଯୁବତୀ ଥିବା ବେଳେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣା ଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ